Posts

Showing posts from September, 2020

ଗୁରୁ ଦିବସ (Teacher's Day)

ଗୁରୁ ଦିବସ ପ୍ରଥମ ଗୁରୁଙ୍କ ପରିଚୟ ବ୍ରହ୍ମା କରିଛନ୍ତି ପ୍ରଜା ସୃଷ୍ଟି  ଜଗତେ ଜୀବନ ପାଳନ ନିମନ୍ତେ  ଶିକ୍ଷକ କରନ୍ତି ପୁଷ୍ଟି।1। ମାନବ ଜାତିର କଲ୍ୟାଣ ନିମନ୍ତେ  ଗୁରୁଙ୍କର ଆବିର୍ଭାବ  ନିଜ ବୁଦ୍ଧି ଜ୍ଞାନ ଆଲୋକ ଦେଖାଏ ନେଇ ସନ୍ତାନ ର ଭାବ।2। ମାତା ପିତା ଦୁହେଁ ଆଦ୍ୟ ଗୁରୁ ସିଏ ଈଶ୍ବରଙ୍କ।ଅବଦାନ  ଜୀବନ ଯାତ୍ରାକୁ ଦିଗ୍ଦର୍ଶନ ଦେବା ଶିକ୍ଷକର ହୁଏ ଧର୍ମ ।3। ଗୁରୁଙ୍କର ବାଣୀ ଗୁରୁଙ୍କ ଆଦେଶ  ଶିକ୍ଷା ନାବର ଆହୁଲା ସଂସାର ସାଗରେ ସେ ଗୁରୁ ନାବିକ ଆନନ୍ଦେ କରେ ଚାଳନା। 4। ଶିକ୍ଷକର ଧର୍ମ ଜ୍ଞାନ ବିତରଣ  ଦେଖେ ନାହିଁ ତାର ସ୍ବାର୍ଥ  ଦକ୍ଷିଣା ସ୍ବରୂପ ସମ୍ନାନ କୋଥଳି ହୋଇଥାନ୍ତି ସେ ସନ୍ତୁଷ୍ଟ। 5। ଶିକ୍ଷକ ଜୀବନ ଧନ୍ୟ ହୋଇଯାଏ  ଶିଷ୍ୟ ଙ୍କର ଉନ୍ନତିରେ ଜ୍ଞାନର ଭଣ୍ଡାର ଆଶୀର୍ବାଦ ରୂପେ ଢାଳିଦିଏ ତା ଶିରରେ।6। ଗୁରୁ ନ କରନ୍ତି ଭେଦଭାବ କାରେ ଉଚ୍ଚ ନିଚ୍ଚ ପ୍ରତିଷ୍ଠା ରେ ଶିଷ୍ୟଙ୍କ ଜୀବନ ପ୍ରକାଶ ନିମନ୍ତେ  ଜଗତେ ପଥ ପ୍ରସାରେ।7। ସମାଜରେ ଗୁରୁ ସ୍ଥାନଟି ମହାନ୍  ରହିଅଛି ତାଙ୍କ ଟେକ ଈଶ୍ବରଙ୍କ ରୂପେ ପୂଜିଲେ ଗୁରୁଙ୍କୁ  ଜୀବନ ହେବ ସମୃଦ୍ଧ। 8। ସରୋଜିନୀ ପରମଗୁରୁ (ଅବସର ପ୍ରାପ୍ତ ପ୍ର ଶିକ୍ଷୟତ୍ରୀ)।