ସେ ମୋ ଜଗନ୍ନାଥ
ସେ ମୋ ଜଗନ୍ନାଥ ସ............ତ। ସବୁରି ଆନନ୍ଦେ ତୁହି ସତ।ସେ ମୋ ଜଗନ୍ନାଥ। (ଘୋଷା)। ସବୁରି ଦୁଃଖରେ ତୋର ସାଥ।ସେମୋ ସବୁରି ନାଆରେ ତୁହି କାତ।ସେମୋ... ସବୁରି ମଥାରେ ତୋର ହାତ। ସେମୋ.. ସବୁରି ରୋଗର ତୁ ଔଷଧ।ସେ ମୋ .. ସବୁରି ପ୍ରାଣରେ ତୁ ଜୀବିତ।ସେ ମୋ .. ସବୁରି ନିଃସଙ୍ଗେ ତୁହି ସାଥ।ସେ ମୋ .. ସବୁରି ନଦୀର ତୁହି ସ୍ରୋତ।ସେ ମୋ .. ସୁନୀଳ ସାଗରେ ତୁ ନିଦ୍ରିତ।ସେ ମୋ .. ସଂସାର ବିପତ୍ତି କରୁ ଅନ୍ତ।ସେ ମୋ .. ସଶ୍ୟ ଭଣ୍ଡାର ର କୃଷିକ୍ଷେତ।ସେ ମୋ .. ସମୟର ସାଥେ ଆତଯାତ।ସେ ମୋ .. ସଂସାରେ ତୋ ବିନାଲାଗେ ଭିତ।ସେମୋ ସୂର୍ଯ୍ୟଚନ୍ଦ୍ର ଙ୍କର ଆତଯାତ।ସେ ମୋ .... ସୂକ୍ଷ୍ମ ରୁ ସୂକ୍ଷ୍ମରେ ତୁହି ସ୍ଥିତ।ସେ ମୋ ... ସବୁରି ଘଟରେ ଥାଉ ଗୁପ୍ତ।ସେ ମୋ ... ଶ୍ରୀମନ୍ଦିରେ ଉଡେ ତୋର ନେତ।ସେମୋ ସବୁ ହୃଦୟ ର ପ୍ରଣିପାତ।ସେ ମୋ .... ସ୍ବୟଂ ବ୍ରହ୍ମ ରୂପ ତୋର ସତ।ସେ ମୋ ... ସବୁ ମିଥ୍ୟା ମାୟା ତୁହି ସତ।ସେ ମୋ ... ସୃଷ୍ଟି ସ୍ଥିତି ଲୟେ ତୁ ଅନନ୍ତ।ସେ ମୋ .. ସେ ପଦେ କରୁଛି ମଥାନତ।ସେ ମୋ ଜଗନ୍ନାଥ। ସେ ମୋ ଜଗନ୍ନାଥ..... ଜୟ ଜଗନ୍ନାଥ ଆଶ୍ରୀତା ସରୋଜିନୀ ପରମଗୁରୁ।