ଖୋଜ୍ (Khoj)
ଖୋଜ୍ ଖୋଜିଲି ତୁମକୁ ଆକାଶର ଅରୁଣିମାରେ ଅପସରି ଗଲା ସିଏ ଦେଖିଲି ଆକାଶର ବିଜୁଳି ଝଲସରେ କ୍ଷଣକରେ ହୋଇଗଲା ଲୀନ। 1 । ଭାବିଲି ଥିବକି ସତେ କଳା ଧଳା ମେଘ ଉଢାଳରେ ମୋର ଚର୍ମଚକ୍ଷୁ ପହଞ୍ଚି ପାରିଲା ନାହିଁ । 2 । ରିମିଝିମି ବରଷାର ଫୋଟକାରେ ଅବାତୁମେ ଆସିବ ଓହ୍ଲାଇ ଫୋଟକା ହୋଇ ପାଣିରେ ଦେଲ ମୋତେ ଭୁଲାଇ । 3 । ଘଞ୍ଚ ଜଙ୍ଗଲର ବିଶାଳତା ଅବା ତୁମେ କିନ୍ତୁ ଅଛି ଶୁଷ୍କ କାଠ ପତରରଆସର ଉପବନ ବୃକ୍ଷଲତା ସୁମନ ବା କଳିକା ସମୟ ତନେଇଗଲା ସବୁରି ମହକ। 4 । ନଦୀହ୍ରଦ କୂପ ଆଉ ସମୁଦ୍ର ଜଳରୂପେ ଅଛ ଅବା ହୋଇ ଚିରନ୍ତନ ସୂର୍ଯ୍ୟଙ୍କର ମହାତାପେ ବଦଳିଲାତାରୂପ କୁହ ପ୍ରଭୁ କେଉଁଠାରେ ପାଇବି ମୁଁ ତୁମକୁ। 5 । ବୁଲିଲି ମଠ ମନ୍ଦିର କେତେପୀଠ ଆଶ୍ରମ କଲି ସତ୍ସଙ୍ଗ ଶାସ୍ତ୍ର ଆଲୋଚନା ହୋଇଲିନି ସଫଳ ମୋ ଖୋଜ୍ ରେ। 6 । ଭକ୍ତିରତରଣୀ ସାଥେ ପ୍ରେମର ସାଗର ଜ୍ଞାନ ର ଆହୁଲା ଲକ୍ଷ୍ୟ ମୋର ମିଳିବକି ଜୀବର ଆତ୍ମାରେ ଜାଣେନାହିଁ ଆତ୍ମା ପରମାତ୍ମାର ବିଚାର ଚିରନ୍ତନ ସତ୍ୟ ଯାହାଲକ୍ଷ୍ୟ ମୋର ଭରିଅଛି ସବୁଭୂତେ ସକଳ ସ୍ଥାନରେ ତଥାପି ମୁଁ ପାଉନାହିଁ । 7 । ହେ ଈଶ୍ବର କୃପାକର 'ମୁଁ ' ମୋର ଯାଉ ଅପସରି ମୋ ହୃଦୟ କନ୍ଦରରେ ପାଇଯିବି ତୁମକୁ ହେ ସତ୍ୟ ଚିଦାନନ୍ଦ ହେ ଆନନ୍ଦମୟ।...
Comments
Post a Comment