ଆତ୍ମନିର୍ଭରଶୀଳ (Atma Nirbharashila)

 

ଆତ୍ମ ନିର୍ଭରଶୀଳ

କରୋନା ଫାଇଦା ମିଳିଲା ଦେଶକୁ
ଲୋକେ ହେବେ ସ୍ବାବଲମ୍ବୀ
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୁଣି
ସରବେ ହୁଅନ୍ତି ଖୁସି (1)
ବଡ ବଡ କଳ କାରଖାନା ଏବେ
ଗଢି ଉଠିବ ଦେଶରେ
ଆମ ଆବଶ୍ୟକ ସାମଗ୍ରୀ ସବୁ
ଆମେ କରିବା ଏଠାରେ 2
କ୍ଷୁଦ୍ର ଶିଳ୍ପ ଆଉ ବୃହତ ଶିଳ୍ପ କୁ
ମିଳିବତ ପ୍ରୋସ୍ଛାହନ
କୃଷି ଆଉ ମସ୍ଛ ଚାଷ ସଙ୍ଗେ ସଙ୍ଗେ
ମହୁମାଛି ପ୍ରଜନନ 3
ଆମରି ଦେଶର ମାନବ ସମ୍ବଳ
ନିଯୁକ୍ତ ହେବେ ସେଥିରେ
ନିଜ ବୁଦ୍ଧି ଜ୍ଞାନ ପ୍ରୟୋଗ କରିଣ
ନେବେ ଉନ୍ନତିମାର୍ଗରେ 4
ଶିଳ୍ପୀ ପରିବାର ଶ୍ରମିକ ମଜଦୂର
ପାଇବେ ସକଳେ କାମ
ଆମ୍ତନିର୍ଭରଶୀଳ ହେବା ସଙ୍ଗେ
ଟେକିବେ ଦେଶର ନାମ 5
ଲୋକାଲ୍ ପଦାର୍ଥ ବ୍ୟବହାର କରି
କରିବେ ତାକୁ ଭୋକାଲ
ଲୋକାଲ୍ ଭୋକାଲ ସମ୍ଭବ ହୋଇଲେ
ହୋଇଯିବ ତା ଗ୍ଲୋବାଲ 6
ରାଜ୍ୟ ଦେଶବାସୀ ହେବେ ଦାଦନ
ହେବେ ସେତ ପ୍ରବାସୀ
ନିଜ ମାତୃଭୂମି ସେବାରେ ରହିବେ
ଭରଣ ପୋଷଣ ଖୁସି 7
ଯୋଜନା ସ୍ବରୂପ ସଫଳ ହୋଇଗଲେ
ଧନ୍ୟ ହୋଇଯିବ ଦେଶ
ହା ହା କାର ଆଉ ବେକାରି ସମସ୍ୟା
ଆସିବ ଆମ ପାଶ 8
ସ୍ବର୍ଣ୍ଣ ମୟୀ ହେବ ଦେଶ ଆମର
ଫେରିବ ଅତୀତ ଦିନ
ସ୍ୟାବଲମ୍ବୀ ହୋଇ ସରବେ ଗାଇବା
ଧନ୍ୟ କରୋନା ଦାନ।9

ଜୟ ଜଗନ୍ନାଥ ସ୍ବାମୀ
-ସରୋଜିନୀ ପରମଗୁରୁ

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ