ଆସୁଛି ଶ୍ରାବଣ (Asuchi Sarbarna)

 ଆସୁଛି ଶ୍ରାବଣ

ଦମ୍ଭ ଅଭିମାନ ନେଇ ବିରାଜିତ
ସାଥେତାର ଦୁନ୍ଦୁଭିର ଛାତିଥରା ନାଦ
ଚମକଇ ବିଜୁଳି ର ଆଭା
ଆକାଶେକ୍ଷରିତ ଆର୍ଶୀବାଦ ଧାରା
ପ୍ରତେ ହୁଏ ଆସୁଛି ଶ୍ରାବଣ। 1।
ଥୁଣ୍ଟା ବୃକ୍ଷ ଶୁଷ୍କ ଧରା
କ୍ଷୀଣ ଧାରା ନଦୀ ସାଥେ କୂପ
ଅସ୍ଫୁରନ୍ତ ଆନନ୍ଦେ ନିରେଖେ
ପ୍ରତେ ହୁଏ ଆସୁଛି ଶ୍ରାବଣ। 2।
ଉଲ୍ଲସିତ ଘାସ ତରୁଲତା
ଜଳଜୀବ ଅବା ସ୍ଥଳଜୀବ
ବେଙ୍ଗୁଲି ସ୍ବରରେ ଅବା ମୟୂରୀ ସ୍ବନ
ଚାତକର ଅପଲକ ଚାହାଁଣି
ପ୍ରତେ ହୁଏ ଆସୁଛି ଶ୍ରାବଣ। 3।
ପ୍ରକୃତି ର ଶୋଭା ଅବା ଖାଦ୍ୟର ସମ୍ଭାର
ଉପହାର ଆସୁଅଛି ଆନନ୍ଦେ ଅମାପେ
ଢାଳିବାକୁ କୃଷକର କ୍ଷେତରେ
ସଜାଇଛି ଭସା ବାଦଲର ପଣତେ
ପ୍ରତେ ହୁଏ ଆସୁଛି ଶ୍ରାବଣ। 4।
ଉତ୍ସବ ମୁଖର ଏବେ ଜଗତ ବାସୀଏଁ
ଚନ୍ଦ୍ର ସୂର୍ଯ୍ୟ ତାରାଙ୍କର ଲୁଚକାଳି ଖେଳ
ଗରୀବ କୁଟିଆରେ ଦିଶେ ଦିବାନିଶି
ଆଲୋକ ଅବା ବରଷାର ଛିଟା
ପ୍ରତେ ହୁଏ ଆସୁଛି ଶ୍ରାବଣ। 5।
ପ୍ରକୃତି ରାଣୀର ଜୟ।
-ସରୋଜିନୀ ପରମଗୁରୁ 

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ