କାଳିଆରେ
କାଳିଆରେ
ତୋ ଦୁଆରୁ ମୋ ଦୁଆର ବହୁତ ଦୂର
କାଳିଆରେ ବହୁତ ଦୂର
କେଉଁ ଦୋଷ ପାଇଁ ମୋତେକଲୁଅନ୍ତର
କାଳିଆରେ କଲୁ ଅନ୍ତର।1।
ଅନ୍ଧକାର ସେହିପଥ ନପଡେ ଜଣା
କାଳିଆରେ ନପଡେଜଣା
କିପରି ମୁଁ ପହଞ୍ଚିବି ପାଟ ଅଗଣା
କାଳିଆରେ ପାଟ ଅଗଣା ।2।
ନାହିଁ ବୁଦ୍ଧି ନାହିଁ ଭକ୍ତି ନାହିଁ ମୋସାଥି
କାଳିଆରେ ନାହିଁ ମୋ ସାଥି କେବଳ ରହିଛି ମନେତୋନାମେ ପ୍ରୀତି
କାଳିଆରେ ତୋ ନାମେ ପ୍ରୀତି।3।
ତୋଭକ୍ତକୁ ଟାଣିନେଉ ଡୋରିରେ ବାନ୍ଧି
କାଳିଆରେ ଡୋରିରେ ବାନ୍ଧି
ସେ ଡୋରି ଲାଗିଲେମନ ନହେବ ଛନ୍ଦି
କାଳିଆରେ ନହେବ ଛନ୍ଦି। 4।
ମନ ହୁଏ ବ୍ୟାକୁଳିତ ସେଡୋରି ପାଇଁ
କାଳିଆରେ ସେ ଡୋର ପାଇଁ
ଏ ପାପିକୁ ସେ ଡୋରିବା ମିଳିବ କାହିଁ
କାଳିଆରେ ମିଳିବ କାହିଁ ।5।
ତୁ କରୁଣାର ବାରିଧି ମୁଁ ମୁଢ ନର
କାଳିଆରେ ମୁଁ ମୁଢ ନର
ତୋ କୃପା ପାଇଲେ ଯିବି ସିଂହ ଦୁଆର
କାଳିଆରେ ସିଂହ ଦୁଆର। 6।
ଯେଉଁ ଦିନ ଚର୍ମ ଆଖି ତୋଆଖିରେ ଯିବ ମିଶି
କାଳିଆରେ ତୋଆଖିରେ ଯିବ ମିଶି
ଦିଟୋପା ଲୋତକମୋତେ ଦେବୁରେ ହସି
କାଳିଆରେ ଦେବୁରେ ହସି। 7।
ତୋରପାଦତଳେ ପଡି ଖାଏ ପଛେ ମାଡଗାଳି
କାଳିଆରେ ଖାଏ ପଛେ ମାଡଗାଳି
ତଡି ଦେବୁନାହିଁମୋତେ କରୁଛି ଅଳି
କାଳିଆରେ କରୁଛି ଅଳି। 8।
ମୋମନକୁ ତୋ ମନରେ ଦେବୁ ମିଶାଇ
କାଳିଆରେ ଦେବୁ ମିଶାଇ
ଏତେଦୂର ପଥ ମୋର ଯିବ ଦୂରେଇ
କାଳିଆରେ ଯିବ ଦୂରେଇ
ତୋ ହାତରେ ନେବୁ କୋଳାଇ ।9।
ଜୟ ଜଗନ୍ନାଥ
ସରୋଜିନୀ ପରମଗୁରୁ ।
Comments
Post a Comment