ପ୍ରିୟ ଭାତୃ ଦିବସ

ପ୍ରିୟ ଭାତୃ ଦିବସ

ଜଗନ୍ନାଥଙ୍କ କରୁଣା ହେବାରୁ
ଏ କୋ ଦରେ ଜନ୍ମ ନେଉ
ସହୋଦର ନାମେ ସମାଜ ବକ୍ଷରେ
ଭାତୃ ପରିଚୟ ପାଉ ।1।
ଏକ ତନ ଏକ ମନରୁ ଉଦ୍ଭବେ
ପ୍ରକାଶେ ସମାନ ଗୁଣ
ଏକ ରକ୍ତ ପ୍ରବାହିତ ସେ ଶରୀରେ
ଭାଇ ହିଁ ଭାଇର ଟାଣ ।2।
ଯୁଦ୍ଧ ଯଦିକରି ବସିବା ଅନ୍ୟ ରେ
ସଙ୍ଗତରେ ଥିବ ଭାଇ
ତା ଠାରୁ ବିଶ୍ୱସ୍ତ ନିଜ ପରିବାରରେ
ଆଉ କେହି ହେବେ ନାହିଁ।3।
ଭାଇ ଭାଇ ହୋଇ ସମ୍ପତ୍ତିରେ ଭାଗ
ସେତ ତାଙ୍କ ଅଧିକାର 
ଭଉଣୀ ସଙ୍ଗତେ ସ୍ନେହର ଆଦାନ
ସମ୍ପର୍କ କରେ ସୁନ୍ଦର। 4।
ଭାଇ ମାନଙ୍କୁ ମୋ କରନ୍ତୁ ଦୀର୍ଘାୟୁ
ରହିଥାନ୍ତୁ ଆନନ୍ଦରେ 
ଭାଇ ମୋ ହୁଅନ୍ତୁ ଜଗତଜିତା
ଏତିକି ପ୍ରାର୍ଥନା କରେ।5।

ଜୟ ଜଗନ୍ନାଥ 
ନାନୀ(ସରୋଜିନୀ ପରମଗୁରୁ)

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ