ଗୁରୁ ପୂର୍ଣ୍ଣିମା (Guru Divas)
ଗୁରୁ ପୂର୍ଣ୍ଣିମା ଉପଲକ୍ଷେ
ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞ୍ୟାନାଞ୍ଚନସଳାକୟ
ଚକ୍ଷୁରୁଉନ୍ମୀଲିତଂୟେନ
ତସ୍ମୈଶ୍ରୀ ଗୁରୁବେ ନମଃ।
ଅଜ୍ଞାନ ଅବିଦ୍ୟା ଶୃଙ୍ଖଳୁ
ଯିଏ କରାଇ ମୁକ୍ତ
ମାୟାପୂର୍ଣ ଏହି ଚକ୍ଷୁ କୁ
ଯିଏ କରେ ଉନ୍ମୁକ୍ତ ଜ
ସେ ଗୁରୁ ପାଦରେ ଢାଳଇ
ଅଶେଷ ପ୍ରଣିପାତ 2 ।1।
ସଚ୍ଚିଦାନନ୍ଦର ଆଭାସ
ଯିଏ ଦିଏ ଆମକୁ
ଜଡ ଚେତନ ର ପ୍ରଭେଦ
ମିଳଇ ଯେ ଜୀବକୁ
ସେ ଗୁରୁ ପଦରେ ନୁଆଁଇ
ଥାଏ ଏହି ମଥାକୁ 2।2।
ସତ୍ ଶିକ୍ଷା ଦେଇ ଅସତ୍
ପଥରୁ ନିଏ ଟାଣି
ବିଷର ଜ୍ବାଳାରୁ ଦୂରେଇ
ଅମୃତ ଦିଏ ଆଣି
ସେ ଗୁରୁ ପଦରେ ଅଧମା
ନମାମି ନମାମି ନମାମି 2।3।
ଅଶେଷ ଜନ୍ମ ର ପୂଣ୍ୟରୁ
ଗୁରୁ ହୁଅନ୍ତି ପ୍ରାପ୍ତ
ପାପ ପୂଣ୍ୟ ରୂପି କର୍ମ ରୁ
କରିଥାନ୍ତି ନିବୃତ
ସେ ଗୁରୁ ପଦର ଆଭାସ
ହୃଦ କରଇ ସିକ୍ତ 2।4।
ମନର ମଳକୁ ଧୁଆଇ
ଦିଅନ୍ତି ଶୁଦ୍ଧ ଜ୍ଞାନ
ପବିତ୍ର ମନରେ ରଟଇ
ସେ ଗୁରୁ ଗୁଣଗାନ
ସେ ଗୁରୁ ପାଦରେ ପ୍ରଣତି
ସେତ ଅଟେ ମହାନ୍2।5।
ଗୁରୁଙ୍କ ଆଦେଶ ନିର୍ଦ୍ଦେଶ
ଆମ ଜୀବନ ଗୀତା
ଗୁରୁ ବାକ୍ୟ ନିତ୍ୟେ ପାଳିଲେ
ନ ହେବ ଭବଚିନ୍ତା
ସେଗୁରୁ ପ୍ରଣାମେ ଏ ଜୀବ
ହୁଏ ଜଗତ ଜିତା 2।6।
ଗୁରୁ ଗରୀୟାନ ଗୁରୁ ମହୀୟାନ
ଗୁରୁ ଜ୍ଞାନର ଭଣ୍ଡାର
ଶିଷ୍ୟ ଙ୍କ ଅଜ୍ଞତା ଅବା ଚପଳତା
ଗୁରୁ କରିବେ ସୁଧାର
ସେ ଗୁରୁ ପାଦରେ ନମଇଁ
ସାଦରେ ବାରମ୍ବାର 2।7
ଗୁରୁ ଆମ ସେବ୍ୟ ଗୁରୁ ଆମ ଦେବ
ଗୁରୁହିଁ ପରମେଶ୍ଵର
ଗୁରୁ ବିନା ନାହିଁ ସଂସାରୁ ମୁକତି
ସେ ପଥକୁ ଅନୁସ୍ମର
ସେ ଗୁରୁହିଁ ସତ୍ୟ ସେ ଗୁରୁ ହିଁ ନିତ୍ୟ
ସେ ପଦ ପୁଷ୍ପିତ କର।
ସେ ପଦ ବନ୍ଦନା କର2।8।
ତସ୍ମୈଶ୍ରୀ ଗୁରୁବେ ନମଃ।
ସରୋଜିନୀ ପରମଗୁରୁ।
Comments
Post a Comment