ଆସିଛି ରଜ। (Rajo)
ଆସିଛି ରଜ।
ଆସିଛି ରଜ ହୋଇବ ସଜ
ଆମ ପୃଥିବୀ ରାଣୀ
ମୌସୁମୀ ଜଳେ ସ୍ନାହାନ କରି
ପିନ୍ଧିବ ପାଟ ପତନୀ ।1।
ନୂତନ ଜଳର ପରଶ ପାଇ
ଉଲ୍ଲାସିବ ଘାସ ଦେହେ
ନାଲି ରଙ୍ଗର ସାଧବ ବୋହୁ
ଟାଣିବ ଅଳତା ଗାରେ ।2।
ଏ ମୋର ରାଇଜ କୃଷି ପ୍ରଧାନ
ଧରଣୀ ରାଣୀ ପ୍ରସାଦେ
ବର୍ଷାର ଜଳ ଦେଖିଣ କୃଷକ
ଉତ୍ସବ କରେ ଆନନ୍ଦେ ।3।
ଝିଅ ବୋହୁ ଆମ ସଂସାରରକ୍ଷେତ
ସବୁ ପ୍ରସାଧାନ ଦେଇ
ରାଣୀ ରୂପେ ତାଙ୍କୁ ସଜାଇ ଆମେରେ
ଦୋଳିରେ ଦେଉ ବସାଇ ।4।
ଆନନ୍ଦ ମନରେ ଯାହା ଉପୁଜିବ
ହୋଇଯିବ ତା ଉତ୍କୃଷ୍ଟ
ସନ୍ତାନ ଅବା ଶସ୍ଯ ଫୁଲ ଫଳ
ସବୁଠି ହେବ ପ୍ରସିଦ୍ଧ। 5।
ଉତ୍କଳ ସଂସ୍କୃତି ଶିଖାଇଛି ଆମେ
ବସୁମତୀ ଆମ ମାଆ
ମାତାକୁ ଆନନ୍ଦେ ରଖିଲେ ଆମେ
ହୋଇବ ଆମକୁ ସାହା ।6।
ନଦୀ ନାଳ ସବୁ ପୁରିଯିବ ଏବେ
ପ୍ରକୃତି ହୋଇବ ଶାନ୍ତ
ଆନନ୍ଦରେ ଆମ ଜଗନ୍ନାଥ ଏବେ
ବାହାରିବେ ରଥଯାତ ।7।
ଧନ୍ୟରେ ଉତ୍କଳ ଧନ୍ୟ ମହାବାହୁ
ଧନ୍ୟ ତୋର ରୀତି ନୀତି
ମାନବ ଜାତିର କଲ୍ୟାଣ ସାଧନେ
ସଭିଏଁ ହୋଇଛ ବ୍ରତୀ
ସଭିଏଁ ହୋଇଛ ବ୍ରତୀ ।8।
ଧନ୍ୟ ବସୁମତୀ ମାଆ
ସରୋଜିନୀ ପରମଗୁରୁ।
Comments
Post a Comment