ରକ୍ଷା ବନ୍ଧନ (Raksha Bandhan)

 ରକ୍ଷା ବନ୍ଧନ 

   ସବୁ ବନ୍ଧନ ରେ ମାୟା ଜଡିତ 
ରକ୍ଷା ବନ୍ଧନ ଟି ଅତି ପବିତ୍ର ।
ପରସ୍ପର ସହ ସମ୍ପର୍କ ସତ୍ୟ 
ସମ ଭାବେ ଗଢେ ଶୁଦ୍ଧ ଚରିତ।
ଭାଇ ଭଉଣୀ ତ ସ୍ରଷ୍ଟା ଙ୍କ କଳା
ପିତା ମାତା ଙ୍କର କୋଳରେ ଖେଳା।
ଏକଇ ନାଡି ରୁ ହୁଏ ଉତ୍ପତ୍ତି 
ଭିନ୍ନ ଶରୀର ରେ ଏକ ସଂସ୍କୃତି। 
ରକ୍ଷା ବନ୍ଧନ ରେ ରେଶମ ଧାଗା
ଭଉଣୀ ଚିନ୍ତଇ ଭାଇ ସୁରକ୍ଷା। 
ପ୍ରତି ବଦଳରେ ଭାଇର ଦାନ
ପ୍ରାଣ ଦେଇ ରଖେ ଭଉଣୀ ମାନ।
ଆମ ପରମ୍ପରା କେତେ ମହାନ୍ 
ବାନ୍ଧି ରଖିଅଛି ସବୁରି ମନ।
ଆମ ସୁଭଦ୍ରାମା ତାର ପ୍ରତୀକ 
ରାକ୍ଷୀ ବାନ୍ଧି ରଖେ ଭାଇଙ୍କ ଟେକ।
ସବୁ ଭାଇ ମୋର ରୁହନ୍ତୁ ସୁଖୀ
ପ୍ରଭୁ ଜଗନ୍ନାଥ ଥାଆନ୍ତୁ ସାକ୍ଷୀ। 
ଜୟ ଜଗନ୍ନାଥ 
-ସରୋଜିନୀ ପରମଗୁରୁ।  

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ