ସ୍ନାନ ପୂର୍ଣ୍ଣିମା (Snana Purnima)

 ସ୍ନାନ ପୂର୍ଣ୍ଣିମା

ମାନବୀୟ ଲୀଳା ପାଇଁ
ହୋଇଅଛ ପ୍ରତିବଦ୍ଧ 
ହେ ଚକାନୟନ ।
ଗ୍ରୀଷ୍ମ ଋତୁର ନିଦାନ ଖରାରେ
ଏ ସଂସାର ଜଞ୍ଜାଳ 
ରୌଦ୍ର ତାପରେ ଅତିଷ୍ଠ
ଉତାପର ଶେଷଭାଗେ
ଜ୍ୟେଷ୍ଠ ପୂର୍ଣ୍ଣିମା ରେ ।
ରତ୍ନ ବେଦିରୁ ଓହ୍ଲାଇ 
ଆସିବ ସ୍ନାନ ମଣ୍ଡପ 
କରିବାକୁ ସ୍ନାନ ।
ଶହେଆଠ ଗରାଜଳସୁନାକୂଅରୁ 
ଚନ୍ଦନ ଅଗୁର କର୍ପୂର ବାସରେ
ଢାଳିଦେବେ ମହାଆନନ୍ଦରେ
ସାଜିଦେବେ ଗଜେନ୍ଦ୍ର
ବେଶରେ ।
ଭକ୍ତ ମାନଙ୍କୁ ଦେବ କି ଦର୍ଶନ 
ଧରି ସେ ଅପୂର୍ବ ରୂପକୁ
ବର୍ଷ କରେ ଥରେ ଦେଖିବ
ନୟନ ପୂରାଇ
ସେ ଗଜାନନ ବେଶ ।
ଝଲିସିବସୋଲର ମୁକୁଟ 
ହାତୀ କାନସାଙ୍ଗରେ 
ଶୁଣ୍ଡ ଲମ୍ବାଇ ଖାଇବ
ଦାଣ୍ଡେ ମହାପ୍ରସାଦ । 
ତବ ଶରୀରର ଶୀତଳତା
ମୌସୁମୀକୁ ପ୍ରବେଶ
ହସିବକି ପୃଥିବୀ ପାଇନବ 
ବର୍ଷାର ପରଶ ।
ହୋଇ କି ଜ୍ବର ତାପ 
ଭାରି ସ୍ନାନ ପରେ 
ବିଶ୍ରାମ କରିବ ଯାଇ ଅଣସର ଘରେ 
ତାଟି କବାଟେ ଆବଦ୍ଧ ।
ଦଇତାମାନେ ତିଆରିବେ 
ମହୌଷଧି ପାଚନ 
ତାର ସେବନେ 
ସେ ନିରାକାର ଶରୀରର ସୁସ୍ଥତା 
ମାନବକୁ ଦେବ ଶିକ୍ଷା 
ସତର୍କତା ରକ୍ଷା
ନୂଆ ବରଷାର ।
ଚଉଦଦିବସ ରହି ସଙ୍ଗରୋଧ
ସୁସ୍ଥ ହୋଇ କଳେବର 
ଉଭାହେବ ଅମାବାସ୍ୟାରେ 
ନବ ଯୌବନ ବେଶେ। 
ଏ ଚଉଦ ଦିନ କରୋନା ଉପରେ
ହେବ ବଡ ପ୍ରହାର
ହାରିବ କରୋନା 
ଜିତିବ ଆମ ଓଡ଼ିଶା ।
ଏହିତ ମାନବ ଲୀଳା 
ଆହେ ନୀଳାଦ୍ରିଶ ।।
ଜୟ ଜଗନ୍ନାଥ। 
ସରୋଜିନୀ ପରମଗୁରୁ

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ