ସତ୍ ସଙ୍କେତ
ସତ୍ ସଙ୍କେତ
ସଦ୍ଗୁଣ ଯହିଁ ରହିଥାଏ ଲୁଚି
କାହିଁ ସେ ସୂକ୍ଷ୍ମ ରୂପରେ
ପାଇ ଅନୁକୂଳ ପରିସ୍ଥିତି ସେହି
ମେଲିଯାଏ ଦି ପତରେ।1।
ଭଙ୍ଗାକାନ୍ଥ ଅବାବାଲି ବସ୍ତାରେ
ରହିଥାଏ ସେତ ଗୁପ୍ତ
ଜଳତାପ ବାୟୁ ପରବଶ ପାଇଲେ
ହୋଇଯାଏ ସେ ଉନ୍ମୁକ୍ତ। 2।
ସଦ୍ଗୁଣ ତାର ଫୁଟି ଉଠେଶିରେ
ଫୁଲ ଫଳର ରୂପରେ
ଅନ୍ତର୍ନିହିତ ଗୁଣର ପ୍ରକାଶ
ହୋଇଥାଏ ଏ ସଂସାରେ।3।
ସଦ୍ ସାଥୀମାନେ ଘେରି ରହିଛନ୍ତି
ଆମର ଚତୁଃପାର୍ଶ୍ବରେ
ବାୟୁ ଜଳ ଭୂମି ଆକାଶ ଉତ୍ପତ୍ତି
ଥାନ୍ତୁ ଆମ ଉପକାରେ ।4।
ଆଜନ୍ମ ମରଣ ବନ୍ଧୁ ସେଆମର
ସବୁ ସୁଖେ ଦୁଃଖେ ଥାନ୍ତି
ତାଙ୍କର ପରଶ ଏ ଜୀବଜଗତ
ଭରି ଦିଏ ପ୍ରେମ ଶାନ୍ତି ।5
ଜ୍ଞାନୀ ଗୁରୁ, ଗୁଣୀ ଏହି ଜଗତର
ଅଟନ୍ତି ଅମୂଲ୍ୟ ଧନ
ତାଙ୍କର ସଙ୍ଗତ ପାଇଲେ ଜୀବନେ
ବଢାଇ ସବୁରି ଜ୍ଞାନୀ ।6।
ତାଙ୍କର ବାଣୀରେ ଆମ ଶରୀରରେ
ସୃଷ୍ଟି ହୁଏ ଉନ୍ମାଦନା
ବିବେକ ବୁଦ୍ଧି ର ପ୍ରକାଶ ହୁଅଇ
ଫୁଟେ ସାକାର ଭାବନା ।7।
ସଦ୍ ଗୁଣୀ ସଦ୍ ବନ୍ଧୁ ସଙ୍ଗେ ସଙ୍ଗେ
ସତ୍ ସଙ୍ଗର ପ୍ରଦାନ
ଈଶ୍ବର ଙ୍କ ଏହି ଅମୂଲ୍ୟ ପ୍ରେମକୁ
ସର୍ବେ ଜଣାଅ ପ୍ରଣାମ ।8।
ଜୟ ଜଗନ୍ନାଥ ।
ସରୋଜିନୀ ପରମଗୁରୁ ।🙏🏼।
Comments
Post a Comment