ଆହେ ଭକତ ବନ୍ଧୁ

ଆହେ ଭକତ ବନ୍ଧୁ


ଭକ୍ତଙ୍କର ବନ୍ଧୁ     ହେକରୁଣା ସିନ୍ଧୁ
         ବସିଛ ହୋଇ ମଉନ
ତୁମ ବିନା ଭକ୍ତ      ଭୋଗଇ ଯେ ଦଣ୍ଡ
          ତୁମେବି ଭୋଗ ସମାନ
               ଆହେ ଭକତ ବନ୍ଧୁ
   ପାରି କର ଏହି ଭବ ରୂପି ସିନ୍ଧୁ। ଆହେ.1
ଶ୍ରୀ ମନ୍ଦିରେଆଜି     ନାହିଁ କୋଳାହଳ
            ଶୁଭୁ ନାହିଁ ହୁଳହୁଳି
ଜୟ ଜଗନ୍ନାଥ      ଜୟ ଜଗନ୍ନାଥ
          ନାଦରେ ଲାଗେ ଶିକୁଳି
             ଆହେ ଦୀନବନ୍ଧୁ
     ପତିତ ଜନର ପ୍ରାଣବିନ୍ଦୁ।ଆହେ..2।


ଆସୁ ନାହିଁ ଆଉ     ଦାସିଆ ନଡିଆ
         ଅବା ମରୁଆ ତୁଳସୀ
ଶୁଭୁ ନାହିଁ ଆଉ      ସୁଆରଙ୍କ ଡାକ
         ଆନନ୍ଦ ବଜାରେବସି
           ଆହେ କୃପା ସିନ୍ଧୁ
   କେବେ ଫେଡିବ ଏହି ବିପଦୁ।ଆହେ..3।
ସରିଗଲା ପିତୃ       ପକ୍ଷ ଆଉ ଶ୍ରାଦ୍ଧ
         ପାଇଲେନି ପିତୃ ପିଣ୍ଡ
କେଉଁ ଅପରାଧେ      ଆମପିତୃଲୋକ
         ପାଇଲେ ଭୋକିଲା ଦଣ୍ଡ
         ଆହେ ନୀଳାଦ୍ରିଶ
  ଭକ୍ତ ପାଇଁ ଏହାକି ନିର୍ଦ୍ଦେଶ ହେ। ଆହେ.4।


ଫେଡ ଏ ଦୁର୍ଗତି     ଆହେ ଲକ୍ଷ୍ମୀ ପତି
          ତୁମ ପାଦ ତଳେ କରେ ଅଳି
ଯିବି ଶ୍ରୀ ମନ୍ଦିରେ      ଦେଖିବି ଚକ୍ଷୁ ରେ
         ସେ ଘନ କଳା ମୂରତି
           ଆହେ ନାରାୟଣ
ମହୋଦଧି ଜଳେ କରି ସ୍ନାନ।ଆହେ ..5।

   ଜୟ ଜଗନ୍ନାଥ ....
        ସରୋଜିନୀ ପରମଗୁରୁ 












Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ