ଝିଅ ବଞ୍ଚାନ୍ତୁ ଝିଅ ପଢାନ୍ତୁ

ଝିଅ ବଞ୍ଚାନ୍ତୁ  ଝିଅ ପଢାନ୍ତୁ

ଫୁଲ ଫଳ ସବୁ ସୃଷ୍ଟି ପଛେ ରହିଛିବିଧି ଆଶୀଷ
ବୃକ୍ଷ ତାଙ୍କୁ ପାଳିବାରେ କରେନାହିଁ ନିରାଶ।1।
ତା ସଂଚିତ ଜଳ ଖାଦ୍ୟ ବାଣ୍ଟେ ସାରା ବୃକ୍ଷର
ଫୁଲ ଫଳ ମଧ୍ୟେ ସିଏ କରେ ନାହିଁ ଅନ୍ତର। 2।
ଫୁଲ ତାର ପାଇଥାଏ ମୁଖ୍ୟ ସ୍ଥାନ ଅଗ୍ରରେ
ତାହା ପାଇଁ ସୃଷ୍ଟି ହୁଏ ଫଳ ବୃକ୍ଷ ଡାଳରେ।3।
ଫୁଲର ସୌନ୍ଦର୍ଯ୍ୟ ଆଉ ମହକର ଆବେଗ
ଏ ମଣିଷ ତୋଳି ଆଣେ କରିବାକୁ ସେ ଭୋଗ ।4।
ଭୋଗ୍ୟ ବସ୍ତୁର ଚାହିଦା ମାୟା ମୋହ ସଂସାରେ
ଦେବ ମନ୍ଦିର ରେ ସିଏ ଥାଏ ମୂର୍ତ୍ତି ଶୀର୍ଷରେ ।5।
ମାନବ ସମାଜେ ଝିଅ ପାଏ ଫୁଲ ଆସ୍ଥାନ
ପୁତ୍ର କନ୍ୟା ମଧ୍ୟେ ଝିଅ ହୋଇଥାଏ ମହାନ୍। 6।

ତା ହୃଦୟ ହୋଇଥାଏ ଫୁଲ ପରି କୋମଳ
ତାର ଶାନ୍ତ ରୂପ କାନ୍ତି ଦୂରକରେ ମନୁ ମଳ ।7।
ଏହି ନାରୀ ଦୁର୍ଗାଶକ୍ତି କେବେ ସାଜେ ପଦ୍ମାବତୀ
ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଅବା ସୀତାପରୀ ସତୀ।8।
ସଂସ୍କୃତିର ଡୋରି ସଦା ଥାଏ ତାର ହାତରେ
ବିପଥଗାମୀ ସମାଜ ବଦଳେତା ଶିକ୍ଷାରେ।9।

ତାହାର ସୁରକ୍ଷା ଆଉ ସୁଶିକ୍ଷାର ଦାୟିତ୍ୱ
କେବେ ବୁଝିବ ଏ ସମାଜ ଲୁଚିଲାଣି ଅସ୍ତିତ୍ବ। 8।
କନ୍ୟା ସନ୍ତାନର ପିତାମାତା ଏହି ସମାଜ
ନ ବୁଝି ତା ମହତ୍ତ୍ୱ ହୋଇଯାଏ ନିର୍ଲଜ।9।
ଭ୍ରୃଣ ହତ୍ୟା କନ୍ଯା ଚୋରୀ ଦୁଷ୍କର୍ମର ଶିକାରେ
ଯଉତୁକ ବୋଝ ପାଇଁ ବଳିପଡେ ଶରୀରେ।10।
ଝିଅଙ୍କୁ ବଞ୍ଚାନ୍ତୁ ଏହି ପ୍ରବୃତ୍ତିର କବଳୁ
ତାହାର ଉନ୍ନତି ପାଇଁ ମନୋଭାବ ବଦଳୁ।11।
ଝିଅଙ୍କୁ ବଞ୍ଚାନ୍ତୁ ଆମ ଝିଅଙ୍କୁ ପଢାନ୍ତୁ
ଆମ ସଂସ୍କୃତିର ଶୀର୍ଷ ଦୁନିଆରେ ବଢାନ୍ତୁ।
ଜଗନ୍ନାଥ କୃପା ଦେଇକନ୍ଯାସ୍ଥିତି ରକ୍ଷ୍ଯନ୍ତୁ।12।
           ଜୟ ଜଗନ୍ନାଥ
    ସରୋଜିନୀ ପରମଗୁରୁ। 

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ