ମିନି ବିନା ବରଷେ

ମିନି ବିନା ବରଷେ

ଜନ୍ମ ନେଇଛେ ଧରା ପୃଷ୍ଠରେ 
               ମୃତ୍ୟୁକୁନାହିଁ ଡର
ଛାଡିଯାଏ ଯେଉଁ ପ୍ରିୟ ସମ୍ପର୍କକୁ
         ସେ ହୁଏ ବହୁ କାତର।1।
ଅଜଣା ଗ୍ରାମରେ ଜନ୍ମ ନେଇ ତୁହି
         ହେଲୁ ରାଜଧାନୀ ବାସୀ
ତୋହର ମହକ ପରିଚୟ ଦେଲା
         ସେ ଅନ୍ତର ଗୁଣ ରାଶୀ।2।
ଯେତେ ଦୁଃଖ କଷ୍ଟ ଅନ୍ତରରେ ଥିଲେ
             ବାହାରେ ସଦା ହରସ
ବ୍ରହ୍ମଜ୍ଞାନର ଅଧିକାରୀ ହୋଇ
         ସଭିଁଙ୍କୁ କରିଲୁ ବସ।3।
ଶରୀର ତୋର ଚାଲିଗଲା ଆସି
             ପୁରିଲା ଏକ ବରଷ
ଏପରି ଦିନ ବିତିନାହିଁ କେବେ
    ନ ଖୋଜି ମୋର ମାନସ।4।
ପ୍ରିୟ ବନ୍ଧୁଜନ ସ୍ମରଣ କରନ୍ତି
       ଝୁରି ତୋର ବ୍ୟବହାର
ନାତି ନାତୁଣୀଙ୍କ ଆଦର ପସରା
        ହେଲା ତାଙ୍କ ଠାରୁ ଦୂର।5।
ରାସ୍ତାକୁ ଚାହିଁଲେ ଭ୍ରମ ସୃଷ୍ଟି ହୁଏ
           ଆସୁଛିକି ମିନି ଘରେ
କାହାର ସଫେଦ ଚାଦର ଲୁଗା
   ଦେଖି ମନ ତୋତେ ଖୋଜେ।6।
ତୋର ବହି ଆଉ ଲେଖା ଦେଖିଲେ
            ତୋର ଛବି ଦେଖାଯାଏ
ପଢିବି କିପରି ଅନ୍ତର କୋହରେ
          ତୋର ଛବି ଭରିଯାଏ। 7।
ସମୟର ସାଥେ ପ୍ରକୃତି ବଦଳେ
          ମନତ ବଦଳେ ନାହିଁ
ମୋର ସୁଖଦୁଃଖ ବାଣ୍ଟିବା ପାଇଁ
          ନ ପାଇଲି ଆଉ କାହିଁ।8।
କାର୍ତ୍ତିକ ମୁରୁଜ ମୋ ଚକ୍ଷୁପଟରେ
         ତୋ ଜଣାଣର ମୂର୍ଚ୍ଛନା
ଏବେବି ଶୁଭୁଛି ମାନସ କର୍ଣରେ
        ସ୍ନେହତୋ ଭୁଲିହୁଏନା।9।

ଚେତନା କେନ୍ଦ୍ରର ସତ୍ସଙ୍ଗ ହେଲେ
            ଖୋଜନ୍ତି ମିନି ଦିଦିଙ୍କି
ଆଉ ଯେତେଥିଲେ ତୋହର ସ୍ଥାନ
          କିଏ ଭରି ପାରିବେକି।10।
ଚିନ୍ମୟ ବିଭୁତି ତୋହ ଲାଗି ମୋତେ
         ମିଳିଲା ସୁଦୂର ପୁନେ
ହନୁମତ୍ ମହୋତ୍ସବର ସୁଯୋଗ
       ହୋଇଲା କଟକେ ମୋତେ।11।
ତୋର ଆତ୍ମା ନିଶ୍ଚେ ସୁସ୍ଥାନ ପାଇବ
              ତୋର ସୁକର୍ମର ବଳେ
ପ୍ରଭୁ ଜଗନ୍ନାଥ ଶାନ୍ତି ଦିଅନ୍ତୁ
      ସେ ପଦେ ଲୋତକ ଢାଳେ।
       ତା ପାଖେ ଗୁହାରି କରେ।12।
      
          ଜୟ ଜଗନ୍ନାଥ  (ସରୋଜିନୀ ପରମଗୁରୁ )

Comments

Popular posts from this blog

ଖୋଜ୍ (Khoj)

ମନ (Mana)

ଗୁରୁ ଦିବସ (Teacher's Day)

ସେ ମୋ ଜଗନ୍ନାଥ