ପ୍ରତିଶ୍ରୁତି
ପ୍ରତିଶ୍ରୁତି
ହେ ପ୍ରତିଶ୍ରୁତି,ନାମଟି ତୁମର ବଡ ମଧୁର
ହେଲେ ପାଳନ କରିବାକୁ କେବେ
ହୋଇଯାଅ ଅତ୍ଯନ୍ତ ଜଟିଳ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁଠାରେ
ତୁମ କାୟା ବିସ୍ତାର। 1।
କେବେ ଅସାଧ୍ୟ ତ ଆଉକେବେ ସରଳ
ପ୍ରତିଶ୍ରୁତି ପାଳନରେ ସମର୍ଥ
ଆନନ୍ଦରେ ହୋଇଯାଏ ଅଧିର
ତୁମ ପାଖେ ହାରିଗଲେ
ଝଡଝଞା ଅନ୍ତରାଳେ
ଜୀବନଟା ଲାଗେ ଭାରି ଜଟିଳ ।2।
ଈଶ୍ବରଙ୍କୁ ପ୍ରତିଶ୍ରୁତି ଦେଇ
ଅବତରି ଏ ଧରା ପୃଷ୍ଠରେ
ପାଳିବାକୁ ମନୁଷ୍ୟର ଧର୍ମ
ସଂସାର ମୋହରେ ପଡି ଭୁଲିଯାଏ ପ୍ରତିଶ୍ରୁତି
ହୋଇଯାଏ ମତିଭ୍ରମ।3।
ଆସିଛି ରହିଛି ନିଶ୍ଚେ ଯିବି ଦିନେ
ବହୁତ ପ୍ରତିଶ୍ରୁତି ଆମେ
ଭେଟିଛେ ଜୀବନେ
ପ୍ରତି ସମ୍ପର୍କରେ ସମୟର ତାଡନାରେ
ପୂରଣ କିବା ହୋଇଛିକି ସବୁ ?।4।
ହେ ପ୍ରତିଶ୍ରୁତି, ତୁମେ ଏକ ଭାବର ଧାରା
ସେ ଧାରାର ସ୍ରୋତ ଅଟଇ ନିଆରା
ତଥାପି ତୁମେ ଆମ ପ୍ରଗତିର ସାହାରା
ରକ୍ଷା ପାଇଁ ସତତ ପ୍ରୟାସ
ବଢାଇବ ଅନ୍ତର ବିଶ୍ବାସ
ହୋଇ ଆମ ପ୍ରଗତିର ପ୍ରଶ୍ବାସ
ହୋଇ ଆମ ପ୍ରଗତିର ପ୍ରଶ୍ବାସ। 5।
.... ଜୟ ଜଗନ୍ନାଥ ....
ସରୋଜିନୀ ପରମଗୁରୁ।
Comments
Post a Comment