ତସ୍ମୈଶ୍ରୀ ଗୁରୁବେ ନମଃ
ତସ୍ମୈଶ୍ରୀ ଗୁରୁବେ ନମଃ
ଜ୍ଞାନ ଶକ୍ତି ସମାଋଢଃ ତତ୍ତ୍ବମାଳା ବିଭୁଷିତ
ଭୁକ୍ତି ମୁକ୍ତି ପ୍ରଦାତାଚ ତସ୍ମୈଶ୍ରୀ ଗୁରୁବେ ନମଃ।
ନମଇଁ ନୃସିଂହ ଚରଣେ
ଅନାଦି ପରମ କାରଣ।
ଯେ ଗୁରୁ ପୁଣ୍ୟ କର୍ମ ଫଳେ
ଜନ୍ମ ଲଭିଲୁ ମହୀତଳେ।
ସେ ଆଦି ଗୁରୁ ଜନ୍ମ କର୍ତ୍ତା
ତହୁଁ ଅଧିକ ବିଦ୍ଯାଦାତା।
ତା ତହୁଁ ଶ୍ରେଷ୍ଠ ଜ୍ଞାନ ଗୁରୁ
ମହିମା କେବା ଅନ୍ତ କରୁ।
(ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ)
ଗୁରୁ ପୂଜନୀୟ ପିତାମାତା ସମ
ଦେଖାନ୍ତି ସେ କର୍ମ ପଥ
ସନ୍ତାନ ରୂପରେ ସେପଥେ ଚଲାନ୍ତି
ଧରି ଧରି ଆମ ହାତ।1।
ପଥ ତ ସରଳ ମାୟା ହିଁ ଜଟିଳ
ଅଜ୍ଞାନ ଅବିଦ୍ୟା ଛାଇ
ଜ୍ଞାନର ସାଧନା କରାଇ ଆମକୁ
ମାୟାରୁ ଦିଅ ଦୂରେଇ।2।
କିରଣ ପରଶ ପାଇଲେତ ତହୁଁ
କୁହୁଡି ଯାଏ ଦୂରେଇ
ତବ ଶିକ୍ଷାଦାନେଏ ମନର ମଳ
ଅଚିରେ ହେବ ସଫେଇ।3।
ମାନବ ରୂପରେ ସଫଳ ଜୀବନ
ସାଧନାରେ ଅବିରତ
ଜାଗୃତି କରାଇ ଆମ ସଂସ୍କୃତିକୁ
କରିଥାନ୍ତି ପରିପୃଷ୍ଟ। 4।
ଦେବତାଙ୍କ ଭାବ ରହିଛି ହୃଦୟେ
ସକଳ ମଙ୍ଗଳ ବାଞ୍ଛା
ଗଢିତୋଳୁଛନ୍ତି ଏହି ସମାଜକୁ
ପରକ୍ଷି ସବୁରି ଇଚ୍ଛା। 5।
ତାଙ୍କ ଶିକ୍ଷାଦାନ ଏ ଶେଷ ଜୀବନେ
ଶାନ୍ତି ପାଇଁ ମହାଦାନ
ପର ପାରି ପାଇଁ ଏ ଅମୂଲ୍ୟ ଧନ
ପ୍ରାପ୍ତ ହେବ ଶୁଭ ଜନ୍ମ। 6।
ଗୁରୁ ବାକ୍ୟ ସଦା ପାଳନ ନିମନ୍ତେ
ମନରେ ଥାଉ ଭାବନା
ଈଶ୍ବର ରୂପେ ପାଇ ଆମେ ତାଙ୍କୁ
କରୁଛୁ ପଦ ବନ୍ଦନା। 7।
କରୁଛୁ ପଦ ବନ୍ଦନା।
ତସ୍ମୈଶ୍ରୀ ଗୁରୁବେ ନମଃ 2
ସରୋଜିନୀ ପରମଗୁରୁ
Very Nice Information, thank you. Visit Our Website.
ReplyDeleteOdia Husband Wife Jokes
Odia Jokes
Odia Jokes Online