Posts

Showing posts from August, 2021

ମନ ରାଇଜର ମିତା

ମନ ରାଇଜର ମିତା ଜନ୍ମ ମୃତ୍ୟୁ ର ଚକ୍ରରେ ପଡି       ଆତ୍ମାର ବେଶ ବଦଳେ ଆସିବା ବେଳରେ ସଭିଁଏ ଆନନ୍ଦ       ମୃତ୍ୟୁ ହୁଏ ଅଶ୍ରୁଜଳେ।1। ଜନ୍ମ ନେଇଛେ ଧରା ପୃଷ୍ଠରେ        ମୃତ୍ୟୁକୁ ନାହିଁ ଡର ଛାଡିଯାଏ ଯେଉଁ ପ୍ରିୟ ସମ୍ପର୍କକୁ         ସେ ହୁଏ ବହୁ କାତର।2। ଜୁଳି ମାଉସୀଙ୍କ ଘରକୁ ଯାଇ        ପ୍ରଥମେ ଦେଖିଲୁ ଯେବେ ବୋଉ କହିଥିଲା ରିକ୍ସାରେ ଖୁସିରେ         ନେଇଯିବା ଆଜି ସାଥେ ।3। ପ୍ରଥମ ଦେଖାରେ କିଣି ନେଇଥିଲୁ         ସାରା ପରିବାର ସ୍ନେହ ସେହିଦିନ ଠାରୁ ଯିବା ଯାଏ ତୁହି        ଭାଙ୍ଗିନାହିଁ କାହା ମୋହ।4। ଅଳପ ଦିନରେ ଚାଲିଯିବୁ ବୋଲି       ଥିଲା ପ୍ରଭୁଙ୍କର ମାୟା ତୋ ଜୀବନେ ଯେତେ ଆସିଥିଲେ ପରେ              ସମସ୍ତଙ୍କୁ କଲୁ ବାୟା।5। ଶାଶୁ ଶଶୁର ଙ୍କୁ କରିଦେଲୁ ଋଣି           ତୋ ସେବା ସ୍ନେହ ଭାବରେ ତୋର ନାମ ସଦା ଥିଲା ଜପାମାଳି            ଆମ ନନାଙ୍କ ତୁଣ୍ଡରେ ।6। ନଣନ୍ଦ ହେଲେବି ଗୁଲୁକୁତ ତୁହି         ଭାବିଥିଲ...

ତସ୍ମୈଶ୍ରୀ ଗୁରୁବେ ନମଃ

  ତସ୍ମୈଶ୍ରୀ ଗୁରୁବେ ନମଃ ଜ୍ଞାନ ଶକ୍ତି ସମାଋଢଃ ତତ୍ତ୍ବମାଳା ବିଭୁଷିତ ଭୁକ୍ତି ମୁକ୍ତି ପ୍ରଦାତାଚ ତସ୍ମୈଶ୍ରୀ ଗୁରୁବେ ନମଃ।    ନମଇଁ ନୃସିଂହ ଚରଣେ     ଅନାଦି ପରମ କାରଣ।   ଯେ ଗୁରୁ ପୁଣ୍ୟ କର୍ମ ଫଳେ   ଜନ୍ମ ଲଭିଲୁ ମହୀତଳେ।    ସେ ଆଦି ଗୁରୁ ଜନ୍ମ କର୍ତ୍ତା     ତହୁଁ ଅଧିକ ବିଦ୍ଯାଦାତା।     ତା ତହୁଁ ଶ୍ରେଷ୍ଠ ଜ୍ଞାନ ଗୁରୁ     ମହିମା କେବା ଅନ୍ତ କରୁ। (ଶ୍ରୀମଦ୍ ଭାଗବତ  ଦଶମ ସ୍କନ୍ଧ) ଗୁରୁ ପୂଜନୀୟ ପିତାମାତା ସମ         ଦେଖାନ୍ତି ସେ କର୍ମ ପଥ ସନ୍ତାନ ରୂପରେ ସେପଥେ ଚଲାନ୍ତି        ଧରି ଧରି ଆମ ହାତ।1। ପଥ ତ ସରଳ ମାୟା ହିଁ ଜଟିଳ        ଅଜ୍ଞାନ ଅବିଦ୍ୟା ଛାଇ ଜ୍ଞାନର ସାଧନା କରାଇ ଆମକୁ        ମାୟାରୁ ଦିଅ ଦୂରେଇ।2। କିରଣ ପରଶ ପାଇଲେତ ତହୁଁ       କୁହୁଡି ଯାଏ ଦୂରେଇ ତବ ଶିକ୍ଷାଦାନେଏ ମନର ମଳ        ଅଚିରେ ହେବ ସଫେଇ।3। ମାନବ ରୂପରେ ସଫଳ ଜୀବନ       ସାଧନାରେ ଅବିରତ ଜାଗୃତି କରାଇ ଆମ ସଂସ୍କୃତିକୁ       କରିଥାନ୍ତି ପରିପୃଷ୍ଟ। 4। ଦେବତାଙ୍କ ଭାବ ରହିଛି ହୃଦୟେ  ...

ପ୍ରତିଶ୍ରୁତି

ପ୍ରତିଶ୍ରୁତି ହେ ପ୍ରତିଶ୍ରୁତି,ନାମଟି ତୁମର ବଡ ମଧୁର ହେଲେ ପାଳନ କରିବାକୁ କେବେ ହୋଇଯାଅ ଅତ୍ଯନ୍ତ ଜଟିଳ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁଠାରେ ତୁମ କାୟା ବିସ୍ତାର। 1। କେବେ ଅସାଧ୍ୟ ତ ଆଉକେବେ ସରଳ ପ୍ରତିଶ୍ରୁତି ପାଳନରେ ସମର୍ଥ ଆନନ୍ଦରେ ହୋଇଯାଏ ଅଧିର ତୁମ ପାଖେ ହାରିଗଲେ ଝଡଝଞା ଅନ୍ତରାଳେ ଜୀବନଟା ଲାଗେ ଭାରି ଜଟିଳ ।2। ଈଶ୍ବରଙ୍କୁ ପ୍ରତିଶ୍ରୁତି ଦେଇ ଅବତରି ଏ ଧରା ପୃଷ୍ଠରେ ପାଳିବାକୁ ମନୁଷ୍ୟର ଧର୍ମ ସଂସାର ମୋହରେ ପଡି ଭୁଲିଯାଏ ପ୍ରତିଶ୍ରୁତି ହୋଇଯାଏ ମତିଭ୍ରମ।3। ଆସିଛି ରହିଛି ନିଶ୍ଚେ ଯିବି ଦିନେ ବହୁତ ପ୍ରତିଶ୍ରୁତି ଆମେ ଭେଟିଛେ ଜୀବନେ ପ୍ରତି ସମ୍ପର୍କରେ ସମୟର ତାଡନାରେ ପୂରଣ କିବା ହୋଇଛିକି ସବୁ ?।4। ହେ ପ୍ରତିଶ୍ରୁତି, ତୁମେ ଏକ ଭାବର ଧାରା ସେ ଧାରାର ସ୍ରୋତ ଅଟଇ ନିଆରା ତଥାପି ତୁମେ ଆମ ପ୍ରଗତିର ସାହାରା ରକ୍ଷା ପାଇଁ ସତତ ପ୍ରୟାସ ବଢାଇବ ଅନ୍ତର ବିଶ୍ବାସ ହୋଇ ଆମ ପ୍ରଗତିର ପ୍ରଶ୍ବାସ ହୋଇ ଆମ ପ୍ରଗତିର ପ୍ରଶ୍ବାସ। 5।              .... ଜୟ ଜଗନ୍ନାଥ ....        ସରୋଜିନୀ ପରମଗୁରୁ। 

ମିନି ବିନା ବରଷେ

ମିନି ବିନା ବରଷେ ଜନ୍ମ ନେଇଛେ ଧରା ପୃଷ୍ଠରେ                 ମୃତ୍ୟୁକୁନାହିଁ ଡର ଛାଡିଯାଏ ଯେଉଁ ପ୍ରିୟ ସମ୍ପର୍କକୁ          ସେ ହୁଏ ବହୁ କାତର।1। ଅଜଣା ଗ୍ରାମରେ ଜନ୍ମ ନେଇ ତୁହି          ହେଲୁ ରାଜଧାନୀ ବାସୀ ତୋହର ମହକ ପରିଚୟ ଦେଲା          ସେ ଅନ୍ତର ଗୁଣ ରାଶୀ।2। ଯେତେ ଦୁଃଖ କଷ୍ଟ ଅନ୍ତରରେ ଥିଲେ              ବାହାରେ ସଦା ହରସ ବ୍ରହ୍ମଜ୍ଞାନର ଅଧିକାରୀ ହୋଇ          ସଭିଁଙ୍କୁ କରିଲୁ ବସ।3। ଶରୀର ତୋର ଚାଲିଗଲା ଆସି              ପୁରିଲା ଏକ ବରଷ ଏପରି ଦିନ ବିତିନାହିଁ କେବେ     ନ ଖୋଜି ମୋର ମାନସ।4। ପ୍ରିୟ ବନ୍ଧୁଜନ ସ୍ମରଣ କରନ୍ତି        ଝୁରି ତୋର ବ୍ୟବହାର ନାତି ନାତୁଣୀଙ୍କ ଆଦର ପସରା         ହେଲା ତାଙ୍କ ଠାରୁ ଦୂର।5। ରାସ୍ତାକୁ ଚାହିଁଲେ ଭ୍ରମ ସୃଷ୍ଟି ହୁଏ            ଆସୁଛିକି ମିନି ଘରେ କାହାର ସଫେଦ ଚାଦର ଲୁଗା    ଦେଖି ମନ ତୋତେ ଖୋଜେ।6। ତୋର ବହି ଆଉ ଲେଖା ଦେଖିଲ...

ଝିଅ ବଞ୍ଚାନ୍ତୁ ଝିଅ ପଢାନ୍ତୁ

ଝିଅ ବଞ୍ଚାନ୍ତୁ  ଝିଅ ପଢାନ୍ତୁ ଫୁଲ ଫଳ ସବୁ ସୃଷ୍ଟି ପଛେ ରହିଛିବିଧି ଆଶୀଷ ବୃକ୍ଷ ତାଙ୍କୁ ପାଳିବାରେ କରେନାହିଁ ନିରାଶ।1। ତା ସଂଚିତ ଜଳ ଖାଦ୍ୟ ବାଣ୍ଟେ ସାରା ବୃକ୍ଷର ଫୁଲ ଫଳ ମଧ୍ୟେ ସିଏ କରେ ନାହିଁ ଅନ୍ତର। 2। ଫୁଲ ତାର ପାଇଥାଏ ମୁଖ୍ୟ ସ୍ଥାନ ଅଗ୍ରରେ ତାହା ପାଇଁ ସୃଷ୍ଟି ହୁଏ ଫଳ ବୃକ୍ଷ ଡାଳରେ।3। ଫୁଲର ସୌନ୍ଦର୍ଯ୍ୟ ଆଉ ମହକର ଆବେଗ ଏ ମଣିଷ ତୋଳି ଆଣେ କରିବାକୁ ସେ ଭୋଗ ।4। ଭୋଗ୍ୟ ବସ୍ତୁର ଚାହିଦା ମାୟା ମୋହ ସଂସାରେ ଦେବ ମନ୍ଦିର ରେ ସିଏ ଥାଏ ମୂର୍ତ୍ତି ଶୀର୍ଷରେ ।5। ମାନବ ସମାଜେ ଝିଅ ପାଏ ଫୁଲ ଆସ୍ଥାନ ପୁତ୍ର କନ୍ୟା ମଧ୍ୟେ ଝିଅ ହୋଇଥାଏ ମହାନ୍। 6। ତା ହୃଦୟ ହୋଇଥାଏ ଫୁଲ ପରି କୋମଳ ତାର ଶାନ୍ତ ରୂପ କାନ୍ତି ଦୂରକରେ ମନୁ ମଳ ।7। ଏହି ନାରୀ ଦୁର୍ଗାଶକ୍ତି କେବେ ସାଜେ ପଦ୍ମାବତୀ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଅବା ସୀତାପରୀ ସତୀ।8। ସଂସ୍କୃତିର ଡୋରି ସଦା ଥାଏ ତାର ହାତରେ ବିପଥଗାମୀ ସମାଜ ବଦଳେତା ଶିକ୍ଷାରେ।9। ତାହାର ସୁରକ୍ଷା ଆଉ ସୁଶିକ୍ଷାର ଦାୟିତ୍ୱ କେବେ ବୁଝିବ ଏ ସମାଜ ଲୁଚିଲାଣି ଅସ୍ତିତ୍ବ। 8। କନ୍ୟା ସନ୍ତାନର ପିତାମାତା ଏହି ସମାଜ ନ ବୁଝି ତା ମହତ୍ତ୍ୱ ହୋଇଯାଏ ନିର୍ଲଜ।9। ଭ୍ରୃଣ ହତ୍ୟା କନ୍ଯା ଚୋରୀ ଦୁଷ୍କର୍ମର ଶିକାରେ ଯଉତୁକ ବୋଝ ପାଇଁ ବଳିପଡେ ଶରୀରେ।10। ଝିଅଙ୍କୁ ବଞ୍ଚାନ୍ତୁ ଏହି ପ୍ରବୃତ୍ତିର କବଳୁ ତାହାର ଉନ୍ନତି ପାଇଁ ମନୋଭାବ ବଦଳୁ।11। ଝିଅଙ୍କୁ...

ଆହେ ଭକତ ବନ୍ଧୁ

ଆହେ ଭକତ ବନ୍ଧୁ ଭକ୍ତଙ୍କର ବନ୍ଧୁ     ହେକରୁଣା ସିନ୍ଧୁ          ବସିଛ ହୋଇ ମଉନ ତୁମ ବିନା ଭକ୍ତ      ଭୋଗଇ ଯେ ଦଣ୍ଡ           ତୁମେବି ଭୋଗ ସମାନ                ଆହେ ଭକତ ବନ୍ଧୁ    ପାରି କର ଏହି ଭବ ରୂପି ସିନ୍ଧୁ। ଆହେ.1 ଶ୍ରୀ ମନ୍ଦିରେଆଜି     ନାହିଁ କୋଳାହଳ             ଶୁଭୁ ନାହିଁ ହୁଳହୁଳି ଜୟ ଜଗନ୍ନାଥ      ଜୟ ଜଗନ୍ନାଥ           ନାଦରେ ଲାଗେ ଶିକୁଳି              ଆହେ ଦୀନବନ୍ଧୁ      ପତିତ ଜନର ପ୍ରାଣବିନ୍ଦୁ।ଆହେ..2। ଆସୁ ନାହିଁ ଆଉ     ଦାସିଆ ନଡିଆ          ଅବା ମରୁଆ ତୁଳସୀ ଶୁଭୁ ନାହିଁ ଆଉ      ସୁଆରଙ୍କ ଡାକ          ଆନନ୍ଦ ବଜାରେବସି            ଆହେ କୃପା ସିନ୍ଧୁ    କେବେ ଫେଡିବ ଏହି ବିପଦୁ।ଆହେ..3। ସରିଗଲା ପିତୃ...