Posts

Showing posts from August, 2020

ମନ (Mana)

ମନ  ମନବୋଲି ଏକ ସୂକ୍ଷ୍ମ ସତ୍ତାକୁ ରଚିଛନ୍ତି ଭଗବାନ  ମନ ନୁହେଁ ସେତ ଆମରି ଭିତରେ ଅନୁଭବ ରୂପି ଯାନ ଏଇତ ଆମରି ମନ ।1। ଶୋଇବା ବେଳରେ ପାଖେ ପାଖେ ଥାଏ ଚେତାରେ ଉଡେ ଗଗନ ବୁଦ୍ଧି ବିବେକର ଶୃଙ୍ଖଳା ନ ମାନି  ଘୁରେ ଭିନ୍ନ ଭିନ୍ନ ସ୍ଥାନ  ଏଇତ ଆମରି ମନ। 2। ଆଖି କାନ ନାକ ସାଙ୍ଗରେ ଗୋଡାନ୍ତି କରିବାକୁ ବିଡମ୍ବନ ବର୍ହିମୁଖୀ ବନ୍ଧୁ ନେଇଯାନ୍ତି ତାକୁ  ଯହିଁ ଯାଏ ତାଙ୍କ ଧ୍ୟାନ  ଏଇତ ଆମରି ମନ। 3। ଆନ୍ଦୋଳିତ କେବେ କରିଥାଏ ଜୀବେ କେବେ ଦେଖାଏ ସପନ କେବେ ଶାନ୍ତ ହୋଇ ରହିଯାଏ ପାଶେ ଜୀବେ କରାଏ ମହାନ ଏଇତ ଆମରି ମନ। 4। ସାରା ଜଗତର ରୂପକୁ ଦେଖଇ ପାଦେ ନକରେ ଗମନ ଶରୀରର ସାଥେ ନ ଥାଏ କେବେ ସେ କେବେ ହୁଏ ହୀନିମାନ ଏଇତ ଆମରି ମନ। 5। ଦୁଃଖ ରଭାବନା କରିଥାଏ ସିଏ  ସୁଖେ ହୁଅଇ ଉଚ୍ଛନ୍ନ ସୁଖ ଦୁଃଖ ସବୁ ତାହାର କଳ୍ପନା  ଆତ୍ମା ରହିଥାଏ ଭିନ୍ନ  ଏଇତ ଆମରି ମନ। 6। ପାଚ୍ୟ ଖାଦ୍ୟ ଆମ ଶରୀର ଖୋଜଇ ମନ ଖୋଜେ ସ୍ବାଦ ସିନା ଶରୀରର ଭଲ ମନ୍ଦ ସେ ନ ବୁଝେ ଏହି ତାର ବିଡମ୍ବନା  ଏଇତ ଆମରି ମନ। 7। ମନ ହୁଏ ରୋଗୀ ମନ ହୁଏ ଭୋଗୀ ମନ କର ନିୟନ୍ତ୍ରଣ  ମନକୁସାଇତି ପାରିଲେ ସଂସାରେ ପାଇବୁ ତୁ ସନମାନ ଏଇତ ଆମରି ମନ। 8। ମନ ଗଢିଥାଏ କେତେ ଯେ ସପନ କେବେ ହୋଇଯାଏ ଭଗ୍ନ ସପନ ସାକାର କରିବାକୁ ତାର ଲଗାଏ ସାରା ଜୀବନ ଏଇତ ଆମରି ମନ। 9। ସାରା ଜୀବନର ସାଥୀ ସେ ଆମର ଜନ୍ମ ଜନ୍ମ...

ସ୍ନାନ ପୂର୍ଣ୍ଣିମା (Snana Purnima)

  ସ୍ନାନ ପୂର୍ଣ୍ଣିମା ମାନବୀୟ ଲୀଳା ପାଇଁ ହୋଇଅଛ ପ୍ରତିବଦ୍ଧ  ହେ ଚକାନୟନ । ଗ୍ରୀଷ୍ମ ଋତୁର ନିଦାନ ଖରାରେ ଏ ସଂସାର ଜଞ୍ଜାଳ  ରୌଦ୍ର ତାପରେ ଅତିଷ୍ଠ ଉତାପର ଶେଷଭାଗେ ଜ୍ୟେଷ୍ଠ ପୂର୍ଣ୍ଣିମା ରେ । ରତ୍ନ ବେଦିରୁ ଓହ୍ଲାଇ  ଆସିବ ସ୍ନାନ ମଣ୍ଡପ  କରିବାକୁ ସ୍ନାନ । ଶହେଆଠ ଗରାଜଳସୁନାକୂଅରୁ  ଚନ୍ଦନ ଅଗୁର କର୍ପୂର ବାସରେ ଢାଳିଦେବେ ମହାଆନନ୍ଦରେ ସାଜିଦେବେ ଗଜେନ୍ଦ୍ର ବେଶରେ । ଭକ୍ତ ମାନଙ୍କୁ ଦେବ କି ଦର୍ଶନ  ଧରି ସେ ଅପୂର୍ବ ରୂପକୁ ବର୍ଷ କରେ ଥରେ ଦେଖିବ ନୟନ ପୂରାଇ ସେ ଗଜାନନ ବେଶ । ଝଲିସିବସୋଲର ମୁକୁଟ  ହାତୀ କାନସାଙ୍ଗରେ  ଶୁଣ୍ଡ ଲମ୍ବାଇ ଖାଇବ ଦାଣ୍ଡେ ମହାପ୍ରସାଦ ।  ତବ ଶରୀରର ଶୀତଳତା ମୌସୁମୀକୁ ପ୍ରବେଶ ହସିବକି ପୃଥିବୀ ପାଇନବ  ବର୍ଷାର ପରଶ । ହୋଇ କି ଜ୍ବର ତାପ  ଭାରି ସ୍ନାନ ପରେ  ବିଶ୍ରାମ କରିବ ଯାଇ ଅଣସର ଘରେ  ତାଟି କବାଟେ ଆବଦ୍ଧ । ଦଇତାମାନେ ତିଆରିବେ  ମହୌଷଧି ପାଚନ  ତାର ସେବନେ  ସେ ନିରାକାର ଶରୀରର ସୁସ୍ଥତା  ମାନବକୁ ଦେବ ଶିକ୍ଷା  ସତର୍କତା ରକ୍ଷା ନୂଆ ବରଷାର । ଚଉଦଦିବସ ରହି ସଙ୍ଗରୋଧ ସୁସ୍ଥ ହୋଇ କଳେବର  ଉଭାହେବ ଅମାବାସ୍ୟାରେ  ନବ ଯୌବନ ବେଶେ।  ଏ ଚଉଦ ଦିନ କରୋନା ଉପରେ ହେବ ବଡ ପ୍ରହାର ହାରିବ କରୋନା  ଜିତିବ ଆମ ଓଡ଼ିଶା । ଏହିତ ...

ପ୍ରିୟ ଭାତୃ ଦିବସ

ପ୍ରିୟ ଭାତୃ ଦିବସ ଜଗନ୍ନାଥଙ୍କ କରୁଣା ହେବାରୁ ଏ କୋ ଦରେ ଜନ୍ମ ନେଉ ସହୋଦର ନାମେ ସମାଜ ବକ୍ଷରେ ଭାତୃ ପରିଚୟ ପାଉ ।1। ଏକ ତନ ଏକ ମନରୁ ଉଦ୍ଭବେ ପ୍ରକାଶେ ସମାନ ଗୁଣ ଏକ ରକ୍ତ ପ୍ରବାହିତ ସେ ଶରୀରେ ଭାଇ ହିଁ ଭାଇର ଟାଣ ।2। ଯୁଦ୍ଧ ଯଦିକରି ବସିବା ଅନ୍ୟ ରେ ସଙ୍ଗତରେ ଥିବ ଭାଇ ତା ଠାରୁ ବିଶ୍ୱସ୍ତ ନିଜ ପରିବାରରେ ଆଉ କେହି ହେବେ ନାହିଁ।3। ଭାଇ ଭାଇ ହୋଇ ସମ୍ପତ୍ତିରେ ଭାଗ ସେତ ତାଙ୍କ ଅଧିକାର  ଭଉଣୀ ସଙ୍ଗତେ ସ୍ନେହର ଆଦାନ ସମ୍ପର୍କ କରେ ସୁନ୍ଦର। 4। ଭାଇ ମାନଙ୍କୁ ମୋ କରନ୍ତୁ ଦୀର୍ଘାୟୁ ରହିଥାନ୍ତୁ ଆନନ୍ଦରେ  ଭାଇ ମୋ ହୁଅନ୍ତୁ ଜଗତଜିତା ଏତିକି ପ୍ରାର୍ଥନା କରେ।5। ଜୟ ଜଗନ୍ନାଥ  ନାନୀ (ସରୋଜିନୀ ପରମଗୁରୁ) ।

କାଳିଆରେ

 କାଳିଆରେ ତୋ ଦୁଆରୁ ମୋ ଦୁଆର ବହୁତ ଦୂର     କାଳିଆରେ ବହୁତ ଦୂର  କେଉଁ ଦୋଷ ପାଇଁ ମୋତେକଲୁଅନ୍ତର      କାଳିଆରେ କଲୁ ଅନ୍ତର।1। ଅନ୍ଧକାର ସେହିପଥ ନପଡେ ଜଣା      କାଳିଆରେ ନପଡେଜଣା କିପରି ମୁଁ ପହଞ୍ଚିବି ପାଟ ଅଗଣା      କାଳିଆରେ ପାଟ ଅଗଣା ।2। ନାହିଁ ବୁଦ୍ଧି ନାହିଁ ଭକ୍ତି ନାହିଁ ମୋସାଥି      କାଳିଆରେ ନାହିଁ ମୋ ସାଥି କେବଳ ରହିଛି ମନେତୋନାମେ ପ୍ରୀତି  କାଳିଆରେ ତୋ ନାମେ ପ୍ରୀତି।3।     ତୋଭକ୍ତକୁ ଟାଣିନେଉ ଡୋରିରେ ବାନ୍ଧି  କାଳିଆରେ ଡୋରିରେ ବାନ୍ଧି      ସେ ଡୋରି ଲାଗିଲେମନ ନହେବ ଛନ୍ଦି  କାଳିଆରେ ନହେବ ଛନ୍ଦି। 4।     ମନ ହୁଏ ବ୍ୟାକୁଳିତ ସେଡୋରି ପାଇଁ  କାଳିଆରେ ସେ ଡୋର ପାଇଁ      ଏ ପାପିକୁ ସେ ଡୋରିବା ମିଳିବ କାହିଁ  କାଳିଆରେ ମିଳିବ କାହିଁ ।5।     ତୁ କରୁଣାର ବାରିଧି ମୁଁ ମୁଢ ନର କାଳିଆରେ ମୁଁ ମୁଢ ନର     ତୋ କୃପା ପାଇଲେ ଯିବି ସିଂହ ଦୁଆର  କାଳିଆରେ ସିଂହ ଦୁଆର। 6।     ଯେଉଁ ଦିନ ଚର୍ମ ଆଖି ତୋଆଖିରେ ଯିବ ମିଶି  କାଳିଆରେ ତୋଆଖିରେ ଯିବ ମିଶି...

ସତ୍ ସଙ୍କେତ

 ସତ୍ ସଙ୍କେତ ସଦ୍ଗୁଣ ଯହିଁ ରହିଥାଏ ଲୁଚି     କାହିଁ ସେ ସୂକ୍ଷ୍ମ ରୂପରେ ପାଇ ଅନୁକୂଳ ପରିସ୍ଥିତି ସେହି     ମେଲିଯାଏ ଦି ପତରେ।1। ଭଙ୍ଗାକାନ୍ଥ ଅବାବାଲି ବସ୍ତାରେ     ରହିଥାଏ ସେତ ଗୁପ୍ତ  ଜଳତାପ ବାୟୁ ପରବଶ ପାଇଲେ     ହୋଇଯାଏ ସେ ଉନ୍ମୁକ୍ତ। 2। ସଦ୍ଗୁଣ ତାର ଫୁଟି ଉଠେଶିରେ     ଫୁଲ ଫଳର ରୂପରେ  ଅନ୍ତର୍ନିହିତ ଗୁଣର ପ୍ରକାଶ     ହୋଇଥାଏ ଏ ସଂସାରେ।3। ସଦ୍ ସାଥୀମାନେ ଘେରି ରହିଛନ୍ତି      ଆମର ଚତୁଃପାର୍ଶ୍ବରେ  ବାୟୁ ଜଳ ଭୂମି ଆକାଶ ଉତ୍ପତ୍ତି     ଥାନ୍ତୁ ଆମ ଉପକାରେ ।4। ଆଜନ୍ମ ମରଣ ବନ୍ଧୁ ସେଆମର     ସବୁ ସୁଖେ ଦୁଃଖେ ଥାନ୍ତି  ତାଙ୍କର ପରଶ ଏ ଜୀବଜଗତ     ଭରି ଦିଏ ପ୍ରେମ ଶାନ୍ତି ।5  ଜ୍ଞାନୀ ଗୁରୁ, ଗୁଣୀ ଏହି ଜଗତର     ଅଟନ୍ତି ଅମୂଲ୍ୟ ଧନ ତାଙ୍କର ସଙ୍ଗତ ପାଇଲେ ଜୀବନେ      ବଢାଇ ସବୁରି ଜ୍ଞାନୀ ।6। ତାଙ୍କର ବାଣୀରେ ଆମ ଶରୀରରେ     ସୃଷ୍ଟି ହୁଏ ଉନ୍ମାଦନା ବିବେକ ବୁଦ୍ଧି ର ପ୍ରକାଶ ହୁଅଇ...

ଆସିଛି ରଜ। (Rajo)

 ଆସିଛି ରଜ। ଆସିଛି ରଜ ହୋଇବ ସଜ ଆମ ପୃଥିବୀ ରାଣୀ  ମୌସୁମୀ ଜଳେ ସ୍ନାହାନ କରି ପିନ୍ଧିବ ପାଟ ପତନୀ ।1। ନୂତନ ଜଳର ପରଶ ପାଇ ଉଲ୍ଲାସିବ ଘାସ ଦେହେ ନାଲି ରଙ୍ଗର ସାଧବ ବୋହୁ ଟାଣିବ ଅଳତା ଗାରେ ।2। ଏ ମୋର ରାଇଜ କୃଷି ପ୍ରଧାନ ଧରଣୀ ରାଣୀ ପ୍ରସାଦେ ବର୍ଷାର ଜଳ ଦେଖିଣ କୃଷକ ଉତ୍ସବ କରେ ଆନନ୍ଦେ ।3। ଝିଅ ବୋହୁ ଆମ ସଂସାରରକ୍ଷେତ ସବୁ ପ୍ରସାଧାନ ଦେଇ ରାଣୀ ରୂପେ ତାଙ୍କୁ ସଜାଇ ଆମେରେ ଦୋଳିରେ ଦେଉ ବସାଇ ।4। ଆନନ୍ଦ ମନରେ ଯାହା ଉପୁଜିବ ହୋଇଯିବ ତା ଉତ୍କୃଷ୍ଟ  ସନ୍ତାନ ଅବା ଶସ୍ଯ ଫୁଲ ଫଳ ସବୁଠି ହେବ ପ୍ରସିଦ୍ଧ। 5। ଉତ୍କଳ ସଂସ୍କୃତି ଶିଖାଇଛି ଆମେ ବସୁମତୀ ଆମ ମାଆ ମାତାକୁ ଆନନ୍ଦେ ରଖିଲେ ଆମେ ହୋଇବ ଆମକୁ ସାହା ।6। ନଦୀ ନାଳ ସବୁ ପୁରିଯିବ ଏବେ ପ୍ରକୃତି ହୋଇବ ଶାନ୍ତ  ଆନନ୍ଦରେ ଆମ ଜଗନ୍ନାଥ ଏବେ ବାହାରିବେ ରଥଯାତ ।7। ଧନ୍ୟରେ ଉତ୍କଳ ଧନ୍ୟ ମହାବାହୁ  ଧନ୍ୟ ତୋର ରୀତି ନୀତି  ମାନବ ଜାତିର କଲ୍ୟାଣ ସାଧନେ ସଭିଏଁ ହୋଇଛ ବ୍ରତୀ ସଭିଏଁ ହୋଇଛ ବ୍ରତୀ ।8। ଧନ୍ୟ ବସୁମତୀ ମାଆ  ସରୋଜିନୀ ପରମଗୁରୁ । 

ଗୁରୁ ପୂର୍ଣ୍ଣିମା (Guru Divas)

 ଗୁରୁ ପୂର୍ଣ୍ଣିମା ଉପଲକ୍ଷେ  ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞ୍ୟାନାଞ୍ଚନସଳାକୟ ଚକ୍ଷୁରୁଉନ୍ମୀଲିତଂୟେନ  ତସ୍ମୈଶ୍ରୀ ଗୁରୁବେ ନମଃ।  ଅଜ୍ଞାନ ଅବିଦ୍ୟା ଶୃଙ୍ଖଳୁ ଯିଏ କରାଇ ମୁକ୍ତ ମାୟାପୂର୍ଣ ଏହି ଚକ୍ଷୁ କୁ ଯିଏ କରେ ଉନ୍ମୁକ୍ତ ଜ ସେ ଗୁରୁ ପାଦରେ ଢାଳଇ  ଅଶେଷ ପ୍ରଣିପାତ 2 ।1। ସଚ୍ଚିଦାନନ୍ଦର ଆଭାସ ଯିଏ ଦିଏ ଆମକୁ ଜଡ ଚେତନ ର ପ୍ରଭେଦ ମିଳଇ ଯେ ଜୀବକୁ ସେ ଗୁରୁ ପଦରେ ନୁଆଁଇ ଥାଏ ଏହି ମଥାକୁ 2।2। ସତ୍ ଶିକ୍ଷା ଦେଇ ଅସତ୍ ପଥରୁ ନିଏ ଟାଣି  ବିଷର ଜ୍ବାଳାରୁ ଦୂରେଇ ଅମୃତ ଦିଏ ଆଣି  ସେ ଗୁରୁ ପଦରେ ଅଧମା ନମାମି ନମାମି ନମାମି 2।3। ଅଶେଷ ଜନ୍ମ ର ପୂଣ୍ୟରୁ ଗୁରୁ ହୁଅନ୍ତି ପ୍ରାପ୍ତ ପାପ ପୂଣ୍ୟ ରୂପି କର୍ମ ରୁ କରିଥାନ୍ତି ନିବୃତ  ସେ ଗୁରୁ ପଦର ଆଭାସ ହୃଦ କରଇ ସିକ୍ତ 2।4। ମନର ମଳକୁ ଧୁଆଇ  ଦିଅନ୍ତି ଶୁଦ୍ଧ ଜ୍ଞାନ ପବିତ୍ର ମନରେ ରଟଇ ସେ ଗୁରୁ ଗୁଣଗାନ ସେ ଗୁରୁ ପାଦରେ ପ୍ରଣତି ସେତ ଅଟେ ମହାନ୍2।5। ଗୁରୁଙ୍କ ଆଦେଶ ନିର୍ଦ୍ଦେଶ ଆମ ଜୀବନ ଗୀତା ଗୁରୁ ବାକ୍ୟ ନିତ୍ୟେ ପାଳିଲେ ନ ହେବ ଭବଚିନ୍ତା ସେଗୁରୁ ପ୍ରଣାମେ ଏ ଜୀବ ହୁଏ ଜଗତ ଜିତା 2।6। ଗୁରୁ ଗରୀୟାନ ଗୁରୁ ମହୀୟାନ ଗୁରୁ ଜ୍ଞାନର ଭଣ୍ଡାର  ଶିଷ୍ୟ ଙ୍କ ଅଜ୍ଞତା ଅବା ଚପଳତା ଗୁରୁ କରିବେ ସୁଧାର  ସେ ଗୁରୁ ପାଦରେ ନମଇଁ ସାଦରେ ବାରମ୍ବାର 2।7 ଗୁରୁ ଆମ ସେବ୍ୟ ଗୁରୁ ଆମ ଦେବ ଗୁରୁହିଁ ପର...

ରକ୍ଷା ବନ୍ଧନ (Raksha Bandhan)

 ରକ୍ଷା ବନ୍ଧନ     ସବୁ ବନ୍ଧନ ରେ ମାୟା ଜଡିତ  ରକ୍ଷା ବନ୍ଧନ ଟି ଅତି ପବିତ୍ର । ପରସ୍ପର ସହ ସମ୍ପର୍କ ସତ୍ୟ  ସମ ଭାବେ ଗଢେ ଶୁଦ୍ଧ ଚରିତ। ଭାଇ ଭଉଣୀ ତ ସ୍ରଷ୍ଟା ଙ୍କ କଳା ପିତା ମାତା ଙ୍କର କୋଳରେ ଖେଳା। ଏକଇ ନାଡି ରୁ ହୁଏ ଉତ୍ପତ୍ତି  ଭିନ୍ନ ଶରୀର ରେ ଏକ ସଂସ୍କୃତି।  ରକ୍ଷା ବନ୍ଧନ ରେ ରେଶମ ଧାଗା ଭଉଣୀ ଚିନ୍ତଇ ଭାଇ ସୁରକ୍ଷା।  ପ୍ରତି ବଦଳରେ ଭାଇର ଦାନ ପ୍ରାଣ ଦେଇ ରଖେ ଭଉଣୀ ମାନ। ଆମ ପରମ୍ପରା କେତେ ମହାନ୍  ବାନ୍ଧି ରଖିଅଛି ସବୁରି ମନ। ଆମ ସୁଭଦ୍ରାମା ତାର ପ୍ରତୀକ  ରାକ୍ଷୀ ବାନ୍ଧି ରଖେ ଭାଇଙ୍କ ଟେକ। ସବୁ ଭାଇ ମୋର ରୁହନ୍ତୁ ସୁଖୀ ପ୍ରଭୁ ଜଗନ୍ନାଥ ଥାଆନ୍ତୁ ସାକ୍ଷୀ।  ଜୟ ଜଗନ୍ନାଥ  -ସରୋଜିନୀ ପରମଗୁରୁ।   

ଘର ବାହୁଡା (Ghar Bahuda)

  ଘର ବାହୁଡା  ନବଦିନ ଯାତ୍ରା ଆନନ୍ଦେ ସାରିଣ ବାହୁଡିବ ନିଜ ଘରେ ଜନମ ଭୂଇଁ ରୁ କରମଭୂଇଁକୁ ସମ୍ଭାଳିବ ଅବହେଳେ ।1। ତୁମବିନା ପ୍ରଭୁ ଶ୍ରୀ ମନ୍ଦିର ଏବେ ଲାଗେ ଶୂନ୍ୟ ଅଟ୍ଟାଳିକା ମା' ଲକ୍ଷ୍ମୀ ଏବେ ଅଭିମାନେ ରହି ବୁଝୁଛନ୍ତି ସବୁ ଏକା ।2। ବାହୁଡା ଯାତ୍ରା ର ମନ ତୋଷ ପାଇଁ  ମାଉସୀଙ୍କ ପୋଡ ପିଠା ସଂସାର ବାସୀଙ୍କୁ ଚେତାଇ ଦେଉଛ ସମ୍ବନ୍ଧ ନ କର ଫିକା ।3। ଦାଣ୍ଡ ରେ ଆପଣ ହେବେ ସୁନାବେଶ ଜଗତ ବାସୀଙ୍କ ପାଇଁ  ନିଜ ସ୍ତିରୀ ପଛେ ଥାଆନ୍ତୁ ଦୁଃଖରେ ଭକ୍ତଙ୍କୁ ଖୁସି କରାଇ ।4। ଚଣ୍ଡୀ ଚାମୁଣ୍ଡାଙ୍କ ମନକୁ ତୋଷିବ ଅଧର ପଣା କୁ ଦେଇ ସବୁରି ଙ୍କ ମନ ସନ୍ତୋଷ ପାଇଁ  ଲୀଳା କରୁଅଛ ସାଇଁ ।5। ରସଗୋଲା ଶାଢୀ ଲାଞ୍ଚ ନେଇ ସାଥେ ମା' ଙ୍କୁ ଦର୍ଶନ ଦେବ ସ୍ତ୍ରୀ ଖୁସି ହେଲେ କର୍ତ୍ତବ୍ୟ ପଥରେ ଶକ୍ତି ସେଥ ଯୋଗାଇବ ।6। ପରିଜନ ତବ ଜଗି ବସିଛନ୍ତି ଲେଉଟ ବାଟକୁ ଆଖି ଆନନ୍ଦ ବିଭୋର ମନ୍ଦିର ଦୁଆର ପ୍ରଭୁତ କେବଳ ସାଖି ।7 ଶ୍ରାବଣ ବରଷା ଆସିବା ଆଗରୁ ବିଜେ କର ଶ୍ରୀମନ୍ଦିରେ କରୁଣାର ବାରି ଢାଳି ଦିଅ ପ୍ରଭୁ ତୁମ ଗଢା ସଂସାର ରେ ।8। ଜୟ ଜଗଦୀଶ ହରେ  -ସରୋଜିନୀ ପରମଗୁରୁ। 

ଆସୁଛି ଶ୍ରାବଣ (Asuchi Sarbarna)

 ଆସୁଛି ଶ୍ରାବଣ ଦମ୍ଭ ଅଭିମାନ ନେଇ ବିରାଜିତ ସାଥେତାର ଦୁନ୍ଦୁଭିର ଛାତିଥରା ନାଦ ଚମକଇ ବିଜୁଳି ର ଆଭା ଆକାଶେକ୍ଷରିତ ଆର୍ଶୀବାଦ ଧାରା ପ୍ରତେ ହୁଏ ଆସୁଛି ଶ୍ରାବଣ। 1। ଥୁଣ୍ଟା ବୃକ୍ଷ ଶୁଷ୍କ ଧରା କ୍ଷୀଣ ଧାରା ନଦୀ ସାଥେ କୂପ ଅସ୍ଫୁରନ୍ତ ଆନନ୍ଦେ ନିରେଖେ ପ୍ରତେ ହୁଏ ଆସୁଛି ଶ୍ରାବଣ। 2। ଉଲ୍ଲସିତ ଘାସ ତରୁଲତା ଜଳଜୀବ ଅବା ସ୍ଥଳଜୀବ ବେଙ୍ଗୁଲି ସ୍ବରରେ ଅବା ମୟୂରୀ ସ୍ବନ ଚାତକର ଅପଲକ ଚାହାଁଣି ପ୍ରତେ ହୁଏ ଆସୁଛି ଶ୍ରାବଣ। 3। ପ୍ରକୃତି ର ଶୋଭା ଅବା ଖାଦ୍ୟର ସମ୍ଭାର ଉପହାର ଆସୁଅଛି ଆନନ୍ଦେ ଅମାପେ ଢାଳିବାକୁ କୃଷକର କ୍ଷେତରେ ସଜାଇଛି ଭସା ବାଦଲର ପଣତେ ପ୍ରତେ ହୁଏ ଆସୁଛି ଶ୍ରାବଣ। 4। ଉତ୍ସବ ମୁଖର ଏବେ ଜଗତ ବାସୀଏଁ ଚନ୍ଦ୍ର ସୂର୍ଯ୍ୟ ତାରାଙ୍କର ଲୁଚକାଳି ଖେଳ ଗରୀବ କୁଟିଆରେ ଦିଶେ ଦିବାନିଶି ଆଲୋକ ଅବା ବରଷାର ଛିଟା ପ୍ରତେ ହୁଏ ଆସୁଛି ଶ୍ରାବଣ। 5। ପ୍ରକୃତି ରାଣୀର ଜୟ। -ସରୋଜିନୀ ପରମଗୁରୁ 

ଆତ୍ମନିର୍ଭରଶୀଳ (Atma Nirbharashila)

  ଆତ୍ମ ନିର୍ଭରଶୀଳ କରୋନା ଫାଇଦା ମିଳିଲା ଦେଶକୁ ଲୋକେ ହେବେ ସ୍ବାବଲମ୍ବୀ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୁଣି ସରବେ ହୁଅନ୍ତି ଖୁସି । (1) ବଡ ବଡ କଳ କାରଖାନା ଏବେ ଗଢି ଉଠିବ ଦେଶରେ ଆମ ଆବଶ୍ୟକ ସାମଗ୍ରୀ ସବୁ ଆମେ କରିବା ଏଠାରେ । 2 । କ୍ଷୁଦ୍ର ଶିଳ୍ପ ଆଉ ବୃହତ ଶିଳ୍ପ କୁ ମିଳିବତ ପ୍ରୋସ୍ଛାହନ କୃଷି ଆଉ ମସ୍ଛ ଚାଷ ସଙ୍ଗେ ସଙ୍ଗେ ମହୁମାଛି ପ୍ରଜନନ । 3 । ଆମରି ଦେଶର ମାନବ ସମ୍ବଳ ନିଯୁକ୍ତ ହେବେ ସେଥିରେ ନିଜ ବୁଦ୍ଧି ଜ୍ଞାନ ପ୍ରୟୋଗ କରିଣ ନେବେ ଉନ୍ନତିମାର୍ଗରେ । 4 । ଶିଳ୍ପୀ ପରିବାର ଶ୍ରମିକ ମଜଦୂର ପାଇବେ ସକଳେ କାମ ଆମ୍ତନିର୍ଭରଶୀଳ ହେବା ସଙ୍ଗେ ଟେକିବେ ଦେଶର ନାମ । 5 । ଲୋକାଲ୍ ପଦାର୍ଥ ବ୍ୟବହାର କରି କରିବେ ତାକୁ ଭୋକାଲ ଲୋକାଲ୍ ଭୋକାଲ ସମ୍ଭବ ହୋଇଲେ ହୋଇଯିବ ତା ଗ୍ଲୋବାଲ । 6 । ରାଜ୍ୟ ଦେଶବାସୀ ନ ହେବେ ଦାଦନ ନ ହେବେ ସେତ ପ୍ରବାସୀ ନିଜ ମାତୃଭୂମି ସେବାରେ ରହିବେ ଭରଣ ପୋଷଣ ଖୁସି । 7 । ଯୋଜନା ସ୍ବରୂପ ସଫଳ ହୋଇଗଲେ ଧନ୍ୟ ହୋଇଯିବ ଦେଶ ହା ହା କାର ଆଉ ବେକାରି ସମସ୍ୟା ନ ଆସିବ ଆମ ପାଶ । 8 । ସ୍ବର୍ଣ୍ଣ ମୟୀ ହେବ ଏ ଦେଶ ଆମର ଫେରିବ ଅତୀତ ଦିନ ସ୍ୟାବଲମ୍ବୀ ହୋଇ ସରବେ ଗାଇବା ଧନ୍ୟ କରୋନା ର ଦାନ। 9 । ଜୟ...

ଖୋଜ୍ (Khoj)

ଖୋଜ୍ ଖୋଜିଲି ତୁମକୁ ଆକାଶର ଅରୁଣିମାରେ ଅପସରି ଗଲା ସିଏ ଦେଖିଲି ଆକାଶର ବିଜୁଳି ଝଲସରେ କ୍ଷଣକରେ ହୋଇଗଲା ଲୀନ। 1 । ଭାବିଲି ଥିବକି ସତେ କଳା ଧଳା ମେଘ ଉଢାଳରେ ମୋର ଚର୍ମଚକ୍ଷୁ ପହଞ୍ଚି ପାରିଲା ନାହିଁ । 2 । ରିମିଝିମି ବରଷାର ଫୋଟକାରେ ଅବାତୁମେ ଆସିବ ଓହ୍ଲାଇ ଫୋଟକା ହୋଇ ପାଣିରେ ଦେଲ ମୋତେ ଭୁଲାଇ । 3 । ଘଞ୍ଚ ଜଙ୍ଗଲର ବିଶାଳତା ଅବା ତୁମେ କିନ୍ତୁ ଅଛି ଶୁଷ୍କ କାଠ ପତରରଆସର ଉପବନ ବୃକ୍ଷଲତା ସୁମନ ବା କଳିକା ସମୟ ତନେଇଗଲା ସବୁରି ମହକ। 4 । ନଦୀହ୍ରଦ କୂପ ଆଉ ସମୁଦ୍ର ଜଳରୂପେ ଅଛ ଅବା ହୋଇ ଚିରନ୍ତନ ସୂର୍ଯ୍ୟଙ୍କର ମହାତାପେ ବଦଳିଲାତାରୂପ କୁହ ପ୍ରଭୁ କେଉଁଠାରେ ପାଇବି ମୁଁ ତୁମକୁ। 5 । ବୁଲିଲି ମଠ ମନ୍ଦିର କେତେପୀଠ ଆଶ୍ରମ କଲି ସତ୍ସଙ୍ଗ ଶାସ୍ତ୍ର ଆଲୋଚନା ହୋଇଲିନି ସଫଳ ମୋ ଖୋଜ୍ ରେ। 6 । ଭକ୍ତିରତରଣୀ ସାଥେ ପ୍ରେମର ସାଗର ଜ୍ଞାନ ର ଆହୁଲା ଲକ୍ଷ୍ୟ ମୋର ମିଳିବକି ଜୀବର ଆତ୍ମାରେ ଜାଣେନାହିଁ ଆତ୍ମା ପରମାତ୍ମାର ବିଚାର ଚିରନ୍ତନ ସତ୍ୟ ଯାହାଲକ୍ଷ୍ୟ ମୋର ଭରିଅଛି ସବୁଭୂତେ ସକଳ ସ୍ଥାନରେ ତଥାପି ମୁଁ ପାଉନାହିଁ । 7 । ହେ ଈଶ୍ବର କୃପାକର 'ମୁଁ ' ମୋର ଯାଉ ଅପସରି ମୋ ହୃଦୟ କନ୍ଦରରେ ପାଇଯିବି ତୁମକୁ ହେ ସତ୍ୟ ଚିଦାନନ୍ଦ ହେ ଆନନ୍ଦମୟ।...